ସ୍କୋର୍ପିଓ ଧକ୍କାରେ ଭିନ୍ନକ୍ଷମ ଯୁବକ ଗୁରୁତର, ଗାଡି ସହ ଚାଳକ ଫେରାର

ଲୋଇସିଂହା (ସରୋଜ ବିଶ୍ୱାଳ):  ଆଜି ଲୋଇସିଂହା ରେଲୱେ ଛକ ନିକଟରେ ବଲାଙ୍ଗୀର ପଟୁ ଆସୁଥିବା ସ୍କୋର୍ପିଓ ଗାଡି (OD 03 B 8771) ଏକ ଭିନ୍ନକ୍ଷମ ଯୁବକକୁ ଧକ୍କା ଦେଇ ଚମ୍ପଟ ମାରି ଥିବା ଜଣ ପଡିଛି |

ସେଠାରେ ଥିବା ଦେଖଣାହାରିଙ୍କ କହିବା ଅନୁଯାଇ ଛେଲବାହାଲ ନିବାସୀ ଭିନ୍ନକ୍ଷମ ଯୁବକ ମହାଦେବ କଲେତ ରାସ୍ତା ପାରି ହେଉଥିବା ସମୟରେ ଏକ ସ୍କୋର୍ପିଓ ଗାଡି ଧକ୍କା ଦେଇଥିଲା | କିଛି ସମୟ ପାଇଁ ଗାଡିଟି ଅଟକି ରହିଲା ଲୋକେ ପାଖରେ ଥିବା ହସ୍ପିଟାଲ ରେ ଯୁବକଟିକୁ ନେବାବେଳେ ସୁଯୋଗ ଦେଖି ଗାଡି ଟି ଫେରାର ହୋଇ ଯାଇଥିଲା |ଦେଖଣାହାରୀଙ୍କ କହିବା ଅନୁଯାଇ ଗାଡିଟି ସ୍ଥାନୀୟ ବେନ୍ଦ୍ରା ନିକଟରେ ଥିବା ଏକ ଠିକା ସଂସ୍ଥାର ଓ ସେଥିରେ ଉକ୍ତ ସଂସ୍ଥାର ଅଫିସର କେତେଜଣ ବସିଥିଲେ | ଯଥା ଶୀଘ୍ର ଗାଡି ଡ୍ରାଇଭର ଓ ଗାଡିରେ ଥିବା ଅଧିକାରୀ ମାନଙ୍କର ଗିରଫ ପାଇଁ ଦାବିହେଉଛି |

Comments are closed.