Related Contents

କୂଅରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର

ବୈପାରୀଗୁଡା (ଏନ.ସନ୍ତୋଷ କୁମାର ): କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ପଡ଼େଇଗୁଡ଼ା ଗ୍ରାମ ନିକଟରେ ଥିବା ବିଲରଏକ ନନ୍ଦ କୂଅରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର କଲେ ବୈପାରୀଗୁଡା ଅଗ୍ନିଶମ ବିଭାଗ,ପୋଲିସ ଓ ଫ୍ରେଣ୍ଡ୍ସ ୟୁନିଟ କ୍ଲବ ସଦସ୍ୟ ମାନେ |

ଗତ କାଲି ପଡ଼େଇଗୁଡ଼ା ଗ୍ରାମବାସୀ ବୈପାରୀଗୁଡା ପୋଲିସକୁ ଏହି ଘଟଣାର ସୂଚନା ଦେଲା ପରେ ଆଜି ସକାଳେ ଅତିରିକ୍ତ ତହସିଲଦାର ସଂଜୀବ କୁମାର ସାହୁଙ୍କ ତତ୍ୱାବଧାନରେ ମୃତ ଶରୀରକୁ କୂଅରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୁ ପଠାଯାଇ ଥିବାର ପୋଲିସ ସୂଚନା ଦେଇଛି | ମୃତ ମହିଳା ଦରପୁଟ ଗ୍ରାମର ମାଧବ ଖରାଙ୍କ ଝିଅ ବୁଦରି ଖିଲ ବୋଲି ଜଣାପଡିଛି | ବୁଦରି ଖିଲ ଙ୍କ ସ୍ୱାମୀ ପଡ଼େଇଗୁଡ଼ା ଗ୍ରାମର ମୁଦି ଖିଲଙ୍କୁ ପୁଅ ନୀଳକଣ୍ଠ ଖିଲ ବୋଲି ଜଣାପଡ଼ିଛି | ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପାରିବାରିକ ବିବାଦ ଲାଗିରହିଥିବା ବେଳେ ବର୍ତ୍ତମାନ ଏହି ଘଟଣା ଏକ ସନ୍ଦେହ ଜଣକ ହୋଇପଡିଛି ତେଣୁ ବୈପାରୀଗୁଡା ପୋଲିସ ଘଟଣା ର ତଦନ୍ତ ପାଇଁ ପଡ଼େଇଗୁଡ଼ା ଗ୍ରାମର ମୃତ ମହିଳାଙ୍କ ସ୍ୱାମୀ ଓ ଶ୍ବଶୂରକୁ ଅଟକ ରଖିଛି |

Comments are closed.