୧୭ବୋତଲ ବିଦେଶୀ ଚୋରା ମଦ ଜବତ -ଏରସମା ଥାନା ଅନ୍ତର୍ଗତ ଗୋଡା ଗ୍ରାମ

ଜଗତସିଂହପୁର ସଦର:  ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ସବ୍ ଇନ୍ସପେକ୍ଟର ରଂଜିତ କୁମାର ମହାନ୍ତିଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ଏରସମା ଥାନା ଅନ୍ତର୍ଗତ ଗୋଡା ଗ୍ରାମର ଭାଗ୍ୟଧର ସାହୁଙ୍କ ଠାରୁ ୧୭ବୋତଲ ବିଦେଶୀ ଚୋରା ମଦ ଜବତ କରିବା ସହ ତାକୁ ଗିରଫ କରିଛନ୍ତି।ସେହି ଥାନା ଅନ୍ତର୍ଗତ ଆମ୍ବିକି ବଜାରରୁ ଗୁରୁ ଦାସ ଠାରୁ ୨୬ବୋତଲ ଦେଶୀ ଚୋରାମଦ ଜବତ କରାଯିବା ସହ ଗୁରୁକୁ ଗିରଫ କରାଯାଇଛି। ଉକ୍ତ ଚଢାଉରେ କନେଷ୍ଟବଳ ବିଷ୍ଣୁ ନାୟକ, ବଳରାମ ଦାଶ, ବିଶ୍ୱନାଥ ମୁଣ୍ଡା, ସବିତା ନାୟକ ପ୍ରମୁଖ ସାମିଲ ଥିଲେ। ଉକ୍ତ ଆସାମି ଭାଗ୍ୟଧର ଓ ଗୁରୁ କୁ ଜିଲ୍ଲା ଅବକାରୀ ସ୍କ୍ୱାର୍ଡ ବିଭାଗ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

Comments are closed.