Related Contents

ପ୍ରବଳ ପବନରେ ବ୍ରହ୍ମପୁର ଭୟ ପଦ୍ମପୁର ରୁ ରାୟଗଡା ରାସ୍ତା ରେ ଗଛ ପଡି ରାସ୍ତା ଅବରୋଧ

ପଦ୍ମପୁର(ପ୍ରଭାତ ମିଶ୍ର): ରାୟଗ ଜିଲ୍ଲାର ପଦ୍ମପୁରତଠା ଏହାର ଆଖପାଖ ଅଂଚଳରେ ଗତକାଲି ମଧ୍ୟ ରାତ୍ରିରେ ବର୍ଷ ନ ହୋଇ ପ୍ରବଳ ପବନ ବହିବାରୁ ସ୍ଥାନେ ସ୍ଥାନେ ଗଛ ଗୁଡିକ ଭାଙ୍ଗି ପଡିବ ଦେଖିବାକୁ ମିଳିଥିବା ବେଳେ ରାୟଗଡ଼ାରୁ ପଦ୍ମପୁର ଦେଇ ବ୍ରହ୍ମପୁର କୁ ଓ ଗୁଣୁପୁର ରୁ ବ୍ରହ୍ମପୁର କୁ ଯାଉଥିବା ରାତ୍ରିକାଳୀନ ଗାଡି ଗୁଡିକ ଦୀର୍ଘ ୩ଘଣ୍ଟା କାଳ ଅସୁବିଧାର ସମ୍ମୁଖୀନ ହୋଇଥିଲେ |

ଏପରିକି ବ୍ରହ୍ମପୁର ଯିବା ପାଇଁ ପ୍ରାତଃ କଲିଂ ଗାଡି ମଧ୍ୟ ଏଠାରେ ଅଟକି ରହିଥିବା ଦେଖିବାକୁ ମିଳିଥିଲା | ଏକ ଗଛ ପଦ୍ମପୁର ପାଖ ଖିଲାମୁଣ୍ଡା ରାସ୍ତାରେ ବିଜୁଳି ଖୁଣ୍ଟାରେ ପଡିବାରୁ ରାସ୍ତା ଅବରୋଧ ସହ ପଦ୍ମପୁର ସହରକୁ ସକାଳ ପର୍ଯ୍ୟନ୍ତ ବିଜୁଳି ବିଭ୍ରାଟ ଦେଖା ଦେଇଛି | ଲୋକେ ବିଜୁଳି ନ ଥିବାରୁ ଜଳଯୋଗାଣ ମଧ୍ୟ ସହରକୁ ହିଁ ଥିବା ଅଭିଯୋଗ କରିଛନ୍ତି | ତେବେ କୌଣସି ସୂତ୍ରରୁ ଖବର ପାଇ ପଦ୍ମପୁର ଅଗ୍ନିଶମ ବିଭାଗ ର ସୁଶାନ୍ତ ସେଠୀଙ୍କ ସହାୟତାରେ କର୍ମଚାରୀମାନେ କଟିଙ୍ଗ ମେସିନ ଦ୍ୱାରା ଗଛ କାଟି ରାସ୍ତା ସଫା କରିଛନ୍ତି | ଯାହା ଫଳରେ ସକାଳୁ ଗାଡି ବସ ସ୍ୱାଭାବିକ ଭାବେ ଯାତାୟାତ କରୁଛି |

Comments are closed.