ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ଦ୍ୱାରା ଗୋ ମାତାଙ୍କ ସେବା

0
354

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୨୩/୧୦) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସରସରା ଗ୍ରାମପଞ୍ଚାୟତ ମାଉଲ ସିଙ୍ଗା ଅଂଚଳରେ ଅସୁସ୍ଥ ହୋଇଥିବା ଗୋମାତାଙ୍କୁ ସେବା କରି ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସଂଗଠନ ପ୍ରଶଂସାର ପାତ୍ର ହୋଇଛି |

ସୂଚନା ଅନୁଯାଇ ଏକ ଗୋମାତା ମାଉଲ ସିଙ୍ଗା ଅଂଚଳରେ ଗୋଡ଼ରେ ଖଣ୍ଡିଆ ହୋଇ ପୋକ ହୋଇ ଯାଇଥିବାର ବିଶେଷ ସୂତ୍ରରୁ ଖବର ପାଇ ବୁଟୁପାଲି ସ୍ଥିତ ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ସଦସ୍ୟ ମାନେ ଗତକାଲି ପହଂଞ୍ଚି ଗୋ ମାତାର ସେବା କରିବା ସହିତ ପ୍ରାଣୀ ଚିକିତ୍ସକ ଡ଼ା. ପ୍ରିୟବ୍ରତ ବେହେରାଙ୍କ ଦ୍ୱାରା ଚିକିତ୍ସା କରାଇ ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦାନ୍ତପାଲି ଗ୍ରାମରେ ଥିବା ମାହେଶ୍ୱରୀ ଗୋ ଶାଳାରେ ଗୋ ମାତାର ସେବା ଶୁଶ୍ରୁଷା କରିବା ପାଇ ଛାଡି ଦେଇଥିଲେ | ଏହା ପୁର୍ବରୁ ଏହି ଗୋଶାଳାରେ ୨୯୩ ଟି ଗୋମାତା ଥିବାର ସୂଚନା ଅଛି |

ଆଗାମୀ ଦିନରେ ଏହି ଗୋଶାଳା ଓଡିଶା ପ୍ରଦେଶରେ ଆଗ ଧାଡ଼ିର ଗୋ ଶାଳାର ମାନ୍ୟତା ପାଇବାର ହକଦାର ହେବ | ଅସୁସ୍ଥ ଥିବା ଗୋମାତାର ସେବାରେ ସଂଗଠନର ଇନ୍ଦ୍ରମଣି ମେହେର,ରାମଚନ୍ଦ୍ର ମେହେର, ରାଜୁ ମେହେର,ସନ୍ତୋଷ ମେହେର, ସୁମନ ମେହେର,ବିକାଶ ମେହେର, ସଂଯୁକ୍ତା ମଲ୍ଲିକ, ମିନୁପ୍ରସାଦ ମିଶ୍ର ପ୍ରମୁଖ ସାହାୟତା କରିଥିଲେ |