Monday, September 21, 2020
Home Government News ଗୁମୁଡା ପ୍ରତି ପ୍ରଶାସନର ନଜର ନାହିଁ, ସମସ୍ୟାରେ ସହର ବାସୀ

ଗୁମୁଡା ପ୍ରତି ପ୍ରଶାସନର ନଜର ନାହିଁ, ସମସ୍ୟାରେ ସହର ବାସୀ

ପଦ୍ମପୁର (ପ୍ରଭାତ ମିଶ୍ର): ରାୟଗଡା ଠାରୁ ବ୍ରହ୍ମପୁରକୁ ସଂଯୋଗ କରୁଥିବା ୧୭ନମ୍ବର ରାଜ୍ୟ ରାଜପଥର ଗୁମୁଡା ସହର ରାତ୍ରିକାଳୀନ ଅବିଭକ୍ତ କୋରାପୁଟ ଠାରୁ ରାଜଧାନୀ ଭୁବନେଶ୍ୱରକୁ ସଂଯୋଗ କରୁଥିବା ରାସ୍ତାରେ ଏକ୍ସପ୍ରେସ ବସର ରହଣୀସ୍ଥଳ ଅଟେ ଗୁମୁଡା ଛକ |

ରାତ୍ରିକାଳୀନ ବସ ଗୁଡିକ ଏହି ଛକରେ ରଖି ପୁନର୍ବାର ଯାଇଥାନ୍ତି | ମାତ୍ର ଏଠାରେ ଯାତ୍ରୀଙ୍କ ରହିବ ପାଇଁ ଆଶ୍ରୟସ୍ଥଳୀ କି ଶୌଚାଳୟଟିଏ ମଧ୍ୟ ନାହିଁ | ଏହି ଗୁମୁଡା ଗ୍ରାମ ପ୍ରତି ଜିଲ୍ଲା ପ୍ରଶାସନ କି ରାଜନୈତିକ ନେତା କାହାର ମଧ୍ୟ ନଜର ପଡେନାହିଁ | ମୁଖ୍ୟ ରାସ୍ତା ଠାରୁ କଲେଜ, ପୋଲିସ ଷ୍ଟେସନ, ଦମକଳ କେନ୍ଦ୍ର ତଥା ମେଡିକାଲ ରାସ୍ତା କେହି ମଧ୍ୟ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ | ମାଟି ରାସ୍ତା ସାଙ୍ଗକୁ ଖାଲଖମାରେ ଏହି ରାସ୍ତାରେ ଲୋକେ ଯା ଆସ କରୁଛନ୍ତି | ଏଠାରେ ଗତ ୨୦୧୩ରେ ତତ୍କାଳୀନ ବିଧାୟକ ରାମମୂର୍ତ୍ତି ମୁଟିକଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ୧ଲକ୍ଷ ୫୦ହଜାର ଟଙ୍କାର ଜଳଯୋଗାଣ ପ୍ରକଳ୍ପ ଅକାମି ହୋଇ ପଡିଛି | ତେଣୁ ରାୟଗଡା ଜିଲ୍ଲାପାଳ ତଥା ପ୍ରଶାସନ ଖୁବ ଶୀଘ୍ର ଏହି ଗାଁ ପ୍ରତି ଦୃଷ୍ଟି ଦେବାକୁ ଅଂଚଳ ବାସୀ ଦାବି କରିଛନ୍ତି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

1 COMMENT

  1. ଗୁମୁଡ଼ା ଛକ ଦେଇ ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଏବଂ ବିଶାଖାପାଟଣା କୁ ମଧ୍ୟ ଗାଡି ଯାତାୟାତ ହୁଏ ତେଣୁ ଏଭଳି ଛକ ଠାରେ , ଯାତ୍ରୀ ବିଶ୍ରାମ ଗାର, ଶୌଚାଳୟ ଏବଂ ଆଲୋକିକରଣ ର ନିହାତି ବ୍ୟବସ୍ତା ହେବା ଦରକାର।

Comments are closed.

Most Popular

“କତାପିଲି ରାମକ୍ରିଷ୍ଣା” ଦ୍ୱାରା ମାସ୍କ ଓ ସାନିଟାଇଜର ବଣ୍ଟନ

ରିପୋର୍ଟ: ଲୋକନାଥ ସାହୁ// ଗୁଡାରି(୨୦/୦୯): ମହାମାରୀ କରୋନାର କଟକଣା କୋହଳ ହେବାପରେ ଲୋକମାନେ ବିନା ମାସ୍କରେ ବାହାରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି। ଏଣୁ ଏହିସବୁ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରି ଗୁଡାରି ସହରର "କତାପିଲି ରାମକ୍ରିଷ୍ଣା"...

ବଣ୍ଡାଘାଟୀକୁ ଛୁଇଁ ପାରିଲାନି କରୋନା ମହାମାରୀ, ମାଲକାନଗିରି

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୦/୯ ): ଦୀର୍ଘ ୬ ମାସ ଧରି କୋରୋନା ମହାମାରୀ ତାର କାୟା ବିସ୍ତାର ସାରା ବିଶ୍ୱରେ କରିଚାଲିଛି । କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ...

ଅଜଣା ଗାଡି ଧକ୍କାରେ ବୃଦ୍ଧର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୧୯/୦୯) ବିନିକା ଥାନା ମହାଦେଵପାଲି ଫାଣ୍ଡି ଅଧୀନସ୍ଥ ତୁଲୁଣ୍ଡୁପାଲି ଗାଁର ପଞ୍ଚା ସାଣ୍ଡ (୫୫) ରାସ୍ତା ଅତିକ୍ରମ କରୁଥିବା ବେଳେ ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୋଇଥିବା...

ବନ୍ଧୁଗାଁ ବ୍ଲକର ୫୦ ଜଣ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପଦୋନ୍ନତି

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ ତା୧୯/୯/୨୦): କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକର ୫୦ ଜଣ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ବନ୍ଧୁଗାଁ ଶିକ୍ଷା ବିଭାଗ କାର୍ଯ୍ୟଳୟର ବିଭିନ୍ନ ସ୍କୁଲର କାର୍ଯ୍ୟରତ ଶିକ୍ଷକଙ୍କ...

Recent Comments

%d bloggers like this: