Related Contents

କୂଅରେ ଅଚିଂହା ମହିଳାଙ୍କ ମୃତ ଦେହ – ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

ବୈପାରୀଗୁଡା(ଏନ. ସନ୍ତୋଷ କୁମାର): କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ବୈପାରୀଗୁଡା ପଂଚାୟତରେ ଏଡ଼େଇଗୁଡ଼ା ଗ୍ରାମରେ ଆଜି ଅପରାହ୍ନ ୫ଟା ସମୟରେ କାବାର ପାକନl ନାମକ ଏକ ଜମିରେ ଥିବା ନନ୍ଦ କୂଅରେ ଅଚିଂହା ମହିଳାଙ୍କ ସନ୍ଦେହ ଜଣକ ମର ଶରୀର ଦେଖିବାକୁ ମିଳିଛି |

ଗ୍ରାମବାସୀ କହିବା ଅନୁଯାୟୀ ଗୋରୁ ଚରାଇବାକୁ ଯାଇଥିବା ଲୋକମାନେ ପ୍ରଥମେ ମର ଶରୀର ଦେଖିଥିଲେ | ପରେ ଗ୍ରାମର ଲୋକମାନେ ଘଟଣାସ୍ଥଳକୁ ଯାଇ ସ୍ଥାନୀୟ ସରପଞ୍ଚ ଭାଗିରଥି ମୁରଜିଆଙ୍କ ସାହାଯ୍ୟରେ ବୈପାରୀଗୁଡା ଥାନାରେ ଜଣାଇଥିବାର ଖବର ମିଳିଛି | ଆସନ୍ତା କଲି ପୋଲିସ ଘଟଣା ସ୍ଥଳରେ ପହଁଚିଲା ପରେ ଅଚିଂହା ମହିଳା ର ଶବକୁ ଚିହ୍ନଟ କରାଯିବ ବୋଲି ଜଣାପଡିଛି |

Comments are closed.