ଟ୍ରେନ ଆଗକୁ ଡେଇଁ ଯୁବକ ଙ୍କ ଶୋଚନୀୟ ମୃତ୍ୟୁ

0
225

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୨୩/୧୦) : ଟ୍ରେନ ଆଗକୁ ଡେଇଁ ଯୁବକ ଙ୍କ ଶୋଚନୀୟ ମୃତ୍ୟୁ ! ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଦେଓଗାଁ ବ୍ଳକ ହାତୀସରା ଗ୍ରାମ ର ରେଳ ଲାଇନ ନିକଟରେ ଠିଆ ହୋଇ ରହିଥିବା ଜଣେ ଯୁବକ ଟ୍ରେନ ଆଗକୁ ଡେଇଁପଡି ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।

ପ୍ରକାଶ ଯେ, ଯୁବକ ର ଦେହ ଦୁଇ ଖଣ୍ଡ ହୋଇ ଯାଇଥିବା ବେଳେ, ଯୁବକ ଜଣକ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଗୁଡଭେଲା ବ୍ଳକ ର ବୁରୋମାଲ ଗ୍ରାମ ର ଦିଲୀପ ମହାନନ୍ଦ ବୋଲି ଜଣା ପଡ଼ିଛି । ଯୁବକ ଜଣକ କେଉଁ କାରଣ ରୁ ସେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଘଟଣା ସ୍ଥଳ ରେ ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ଓ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।