ମମିତାଙ୍କ ଆତ୍ମାର ସଦଗତି କାମନା ପାଇଁ ମହମବତୀ ଶୋଭାଯାତ୍ରା

0
239

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୩/୧୦) : ମମିତା ମେହେର ହତ୍ୟାକାରୀଙ୍କୁ ଗିରଫ କରି ଫାଶୀଦଣ୍ଡ ଦେବା ଦାବି ଓ ମମିତାଙ୍କ ଆତ୍ମାର ସଦଗତି କାମନା ପାଇଁ ନାରୀ ସ୍ୱାଭିମାନ ମଞ୍ଚ ବୌଦ୍ଧ ଜିଲ୍ଲାର ଶତାଧିକ ମହିଳା ଏବଂ ପୁରୁଷ ମାନେ ପୁରୁଣାକଟକ ଭୈରବୀ କଲେଜ ଠାରୁ ଭୈରବୀ ମନ୍ଦିର ପର୍ଯ୍ୟନ୍ତ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ।WhatsApp Image 2021 10 23 at 9.51.13 AM ମମିତାଙ୍କ ଆତ୍ମାର ସଦଗତି କାମନା ପାଇଁ ମହମବତୀ ଶୋଭାଯାତ୍ରା

ଏଥିରେ ଅଭିଯୁକ୍ତ ମନ୍ତୀ ଶ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କୁ ତୁରନ୍ତ ବରଖାସ୍ତ ସହ ଗିରଫ କରିବାକୁ ଦୃଢ଼ ଦାବି କରାଯାଇଥିଲା ଏବଂ ମହାଳିଙ୍ଗ କଲେଜ ର ସ୍ୱତାଧିକାରୀ ଗୋବିନ୍ଦ ସାହୁ ଙ୍କୁ ଫାଶୀଦଣ୍ଡ ଦାବି ମଧ୍ୟ କରାଯାଇଥିଲା । ମମିତାଙ୍କ ଆତ୍ମାର ସଦଗତି କାମନା ପାଇଁ ସମୂହ ଦୀପଦାନ କରାଯାଇଥିଲା |

ଏଥିରେ ନାରୀ ସ୍ୱାଭିମାନ ମଞ୍ଚର ଉପଦେଷ୍ଟା ସମାଜସେବୀ ଇଂ ବିକାଶ ମହାକୁଡ଼ ଏବଂ କୁନା ମାହାର ଙ୍କ ସମେତ ସିରିଏଲ ନିର୍ଦ୍ଦେଶକ ବନମାଳୀ ରଣା, ମାଗୁଣି ଗାଈଗଉରିଆ, ବାମନ ବାରିକ, ଲବ କିଶୋର ପ୍ରଧାନ, ସୁବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ମାଁ ଭୈରବୀ ଙ୍କ ପାଖରେ ସମୂହ ଦୀପଦାନ କରିବା ସହିତ ମମିତାର ଅମର ଆତ୍ମା ର ସଦଗତି କାମନା କରିଥିଲେ l