ପ୍ରଗଳପୁର ଗ୍ରାମ ରେ “ମା ମାହେଶ୍ୱରୀ ମନ୍ଦିରରେ” ମାହେଶ୍ୱରୀ ପୂଜା

0
317

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୨୨/୧୦) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ ର ପ୍ରଗଳପୁର ଗ୍ରାମ ରେ ଡ଼ୁମାଲ ସମାଜର ମା ମାହେଶ୍ୱରୀ ପୂଜା ଗତ ୨୦ /୧୦ ରେ ଅନୁଷ୍ଠିତ ହୋଇଯାଇଛି |

ସୂଚନା ଅନୁଯାଇ ଗତ ବର୍ଷ ପ୍ରଗଳପୁର ଗ୍ରାମ ରେ ଡ଼ୁମାଲ ସମାଜର ଅଧିଷ୍ଠାତ୍ରୀ ଦେବୀ ମା ମାହେଶ୍ୱରୀ ଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିଲା | ଏହି ମନ୍ଦିର ତିଆରିରେ ଏହି ଅଂଚଳ ଡ଼ୁମାଲ ସମାଜର ସଂପୂର୍ଣ ସାହାଯ୍ୟ ଓ ସହଯୋଗ ରହିଛି | ଗତ ୨୦ ତାରିଖରେ ମା ମାହେଶ୍ୱରୀଙ୍କ ପୂଜାଅର୍ଚନା ଅଂଚଳ ବାସି ଡ଼ୁମାଲ ସମାଜ ଏକତ୍ରିତ ହୋଇ ମନ୍ଦିରରେ ମହା ଆଡମ୍ବର ପୂର୍ଣ୍ଣ ଭାବେ ଏହି ପୂଜା କାର୍ଯ୍ୟ ସମାପନ କରିଥିଲେ |