ଗାଁକୁ ରାସ୍ତା ନ ଥିବାରୁ ୨ କିଲୋମିଟର ବୁହାହେଲେ ରୋଗୀ

0
306

ରିପୋର୍ଟ : ଏନ.ସନ୍ତୋଷ କୁମାର //
ବୈପାରୀଗୁଡା,(୨୨/୧୦) : ରାଜ୍ୟ ସରକାର ଆଦିବାସୀଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ସଂସ୍ଥା, ଆଦିବାସୀ ବିକାଶ ପରିଷଦ ଗଠନ କରିଛନ୍ତି । କିନ୍ତୁ ଆଦିବାସୀଙ୍କ ବିକାଶ ତ ଦୂରର କଥା ଏବେବି ଅନେକ ଗାଁକୁ ରାସ୍ତା ନ ଥିବାରୁ  ଏମିତି ସାଧାରଣ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ଅଛନ୍ତି ।73830660 a29d 47f2 b4e7 669da4a4d972 ଗାଁକୁ ରାସ୍ତା ନ ଥିବାରୁ ୨ କିଲୋମିଟର ବୁହାହେଲେ ରୋଗୀ

ଗାଁକୁ ରାସ୍ତା ନ ଥିବାରୁ ଅନେକ ସମୟରେ ଏପରି ରୋଗୀଙ୍କୁ ବୁହାହୁଏ । ସେହିପରି ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ବୋଦାପୁଟ ପଂଚାୟତର ମାଦି କାରୁଗୁଡ଼ା ଗାଁରେ ।ଗତ କିଛି ଦିନ ପୂର୍ବେ କାରୁଗୁଡା ଗ୍ରାମର ବୃଦ୍ଧ ଵୁନ୍ଦରା କ୍ରିଷlନି ଗଛରୁ ପଡିଯାଇଥିବା ବେଳେ ତାଙ୍କର ଦୁଇଗୋଡ଼ ଭାଙ୍ଗି ଯାଇଥିଲା l ପରିବାର ଲୋକେ ତାଙ୍କୁ କୋରାପୁଟ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ l ହେଲେ ସେଠାରେ ଚିକିତ୍ସା ନିମନ୍ତେ ଆବଶ୍ୟକ ଟଙ୍କା ଅଭବ ଯୋଗୁ ଵୁନ୍ଦରାଙ୍କୁ ମେଡିକାଲରୁ ଘରକୁ କାରୁଗୁଡା ଫେରିଆସିଲେ l ହେଲେ ବର୍ତମାନ ଵୁନ୍ଦରା ଗୁରୁତର ଅବସ୍ଥାରେ ଘରେ ପଡିରହିଥିବା ବେଳେ ଏହି ଖବର ଶୁଣି ଗାଦବା ସମାଜର ସମ୍ପାଦକ ସାନୁ ତେନ୍ତୁଳିପଡିଆଙ୍କ ନେତୃତ୍ୱରେ ନିଜ ସମାଜ କର୍ମକର୍ତାଙ୍କ ସହଯୋଗରେ ଵୁନ୍ଦରାଙ୍କ ଉତ୍ତମ ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସରେ ମେଡିକାଲକୁ ପଠାଇବା ବ୍ୟବସ୍ଥା କରାଯାଇଛି lb6987e91 c765 4bdf 863d 64fae8fba1a0 ଗାଁକୁ ରାସ୍ତା ନ ଥିବାରୁ ୨ କିଲୋମିଟର ବୁହାହେଲେ ରୋଗୀ

ଏଥିସହ ଵୁନ୍ଦରା ପରିବାର ଲୋକଙ୍କୁ ଗାଦବା ସମାଜ ପକ୍ଷରୁ ଚାଉଳ ପରିବା ସହିତ ଆର୍ଥିକ ସହାୟତା କରିଥିବା ଦେଖିବାକୁ ମିଳିଛି l ଗାଦବାସମାଜର ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା ମିଳୁଛି l