Related Contents

ପରୀ ରଥ ଏକ ପ୍ରହସନ ?? ନାବାଳିକା ଝିଆରୀକୁ ଦାଦା ର ଦୁଷ୍କର୍ମ-୫ ମାସର ଗର୍ଭବତୀ-ପୀଡିତା ନିଖୋଜ

ଆଠଗଡ଼ (ସନ୍ତୋଷ ବାରିକ): କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ କୋଲେଶ୍ୱର ପଞ୍ଚାୟତ ଗୁଂଡଦ୍ୱାର ଗ୍ରାମରେ ପୁଣି ଏକ ଅଭାବନୀୟ ଘଟଣା ସାମ୍ନା କୁ ଆସିଛି | ଏହି ନାବାଳିକାକୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି |

ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ୧୪ବର୍ଷିୟ ଝିଆରୀକୁ ତାଙ୍କ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି | ୫ ମାସର ଗର୍ଭବତୀ ଥିବା ପୀଡ଼ିତାଙ୍କୁ ଚିକିତ୍ସା ଲାଗି ଗତକାଲି ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ତେବେ ସବୁଠାରୁ ବଡ଼କଥା ହେଲା କି ପରିବାର ପକ୍ଷରୁ ଏ ସମ୍ପର୍କରେ ବଡମ୍ବା ଥାନାରେ ଏତଲା କରାଯାଇଥିଲେ ମଧ୍ୟ ପୋଲିସ ଘଟଣାଟିକୁ ଅତି ହାଲୁକା ଭାବରେ ନେଇ ଚୁପ ବସିପଡ଼ିଥିଲା | ଏତଲା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ପୋଲିସ ନେଇ ନ ଥିଲା | ତେବେ ପୀଡ଼ିତାଙ୍କ ପରିବାରଙ୍କ ପକ୍ଷରୁ ଏ ନେଇ ଅଦାଲତ ର ଆଶ୍ରୟ ନିଆଯିବାପରେ ଅଦାଲତଙ୍କ ନିର୍ଦେଶ ପରେ ଗତକାଲି ପୋଲିସ ପୀଡ଼ିତାଙ୍କୁ ଆଣି ଆଠଗଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ | ତେବେ ଆଜି ସକାଳୁ ପୀଡିତ ଝିଅ ଏବଂ ତାଙ୍କ ପରିବାର କେଉଁ ଆଡେ ନିଖୋଜ ଅଛନ୍ତି ତାଙ୍କର କୌଣସି ପତ୍ତା ମିଳୁନାହିଁ | ତେବେ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ଏଠି ପ୍ରଶ୍ନ ଉଠୁଛି | ଶିଶୁ ନିର୍ଯାତନା ରୋକିବା ପାଇଁ ଗତ ୧୫ଦିନ ଧରି ଚାଲିଥିବା ପରୀ ରଥ ଏବେ ଏ ଅଂଚଳରେ ପ୍ରହସନରେ ପରିଣତ ହୋଇଥିବା ଚର୍ଚ୍ଚା ହେଉଛି |

Comments are closed.