Related Contents

କୁଟାସିଙ୍ଗା ରେ ବିଶ୍ୱ ଯୋଗ ଦିବସ ପାଳିତ

ଆଗଲପୁର (ମାଧବ ସାହୁ): ଆଜି ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଂହା ଗ୍ରାମରେ ବିଶ୍ୱ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଛି | ଯୋଗ ମହୋତ୍ସବ ସମିତି ଓଡିଶା ତଥା ପତଞ୍ଜଳି ଯୋଗ ସମିତି, କୁଟା ସିଂହା ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା |

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାର ଶ୍ରେଷ୍ଠ ୬୭ରୁପେ ପୁରସ୍କୃତ ତଥା କୃଷକ କବି ରାଜୁ ସେନାପତି ଯୋଗ ଦେଇଥିଲେ | ସେ ଯୋଗ ଦିବସର ମହତ୍ୱ ଉପରେ ଆଲୋକପାତ କରିଥିଲେ | ଯୋଗ ଶିକ୍ଷକ ରୂପେ ଡୁମ୍ବେରପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗୀନ୍ଦ୍ର ଦାସ ଯୋଗ ଦେଇ , ଯୌଗିକ ସୂର୍ଯ୍ୟନମସ୍କାର, ପ୍ରାଣାୟାମ ତଥା ଆସନ ମାନ କରି ଥିଲେ | ଏଥିରେ କୁଟା ସିଂହା ଗ୍ରାମ ସମେତ ଆଖପାଖର କଣ୍ଟାପାଲି,ତେନ୍ତୁଳୀଗାଁ, ଡୁଙ୍ଗୁରିପାଲି ଆଦି ଗ୍ରାମରୁ ଶତାଧିକ ଯୋଗ ପ୍ରେମୀ ଯୋଗ ଦେଇଥିଲେ | ବିଶେଷ କରି ବାଳକ/ବାଳିକା ତଥା ମହିଳାମାନଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା | ସମଗ୍ର କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ କେଶବ ପ୍ରଭାତ ଶାଖାର ସ୍ୱୟଂସେବକ ଓ ପତଞ୍ଜଳି ଯୋଗ ସମିତି, କୁଟା ସିଂହା ର କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାନ ପଶାୟତ, ସମୀର ସାହୁ, ବ୍ୟୋମକେଶ ପୁରୋହିତ, ସୁଯଲ ଦାସ, ରାଜଲ ଦାସ, ମାନସ ପଧାନ ଆଦି ସହଯୋଗ କରିଥିଲେ |

Comments are closed.