ରାଜ୍ୟରେ ପୁଣି ବଢ଼ିଲା କରୋନା ଚିନ୍ତା

0
266

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୧/୧୦) : ରାଜ୍ୟରେ ପୁଣି ବଢ଼ିଲା କରୋନା ଚିନ୍ତା | କରୋନା ମହାମାରୀ ପୁଣି ରାଜ୍ୟବାସୀଙ୍କୁ ଚିନ୍ତା ରେ ପକାଇଛି | ଦୀର୍ଘ ୨ ବର୍ଷ ହେବ ସାରା ବିଶ୍ୱ ର ଅର୍ଥନୈତିକ, ସାମାଜିକ ଓ ଶିକ୍ଷା ର ମେରୁଦଣ୍ଡ କୁ ଭାଙ୍ଗି ଦେଇଥିବା ବେଳେ ଏଵେ ପାର୍ବଣ ଋତୁରେ ଓଡ଼ିଶାରେ କରୋନା ର ଗ୍ରାଫ ବଢ଼ିବାରେ ଲାଗିଛି |

ରାଜ୍ୟରେ ପୁଣି ବଢ଼ିଲା କରୋନା ଚିନ୍ତା | ସୂଚନା ଅନୁଯାଇ ୨୦/୧୦/୧୦୨୧ ରିଖ ରେ ଓଡିଶା ୫୨୪ ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୦ ରୁ ୧୮ ବର୍ଷ ମଧ୍ୟରେ ୮୨ ଜଣ, ସଙ୍ଗରୋଧ ରେ ୩୦୮ ଓ local contacts ରେ ୨୧୬ ଜଣ ଅଛନ୍ତି | ଖୋର୍ଦ୍ଧା ଜିଲ୍ଲା ରେ ସର୍ବାଧିକ ୨୫୪ ଜଣ ଚି଼ହ୍ନଟ ବେଳେ ରାୟଗଡା, ନବବରଙ୍ଗପୁର, କନ୍ଧମାଳ, ଝାରସୁଗୁଡା, ଗଞ୍ଜାମ, ବଲାଙ୍ଗୀର ଜିଲ୍ଲା ରେ ସର୍ବ ନିମ୍ନ ୧ ଲେଖଏଁ ଚି଼ହ୍ନଟ ହୋଇଛନ୍ତି |

ବରଗଡ଼, ବୌଦ୍ଧ, ଦେବଗଡ଼ ରେ ୨ ଜଣ ଲେଖାଏଁ କୋରାପୁଟ ରେ ୩ , ଅନଗୁଳ, ଢେଙ୍କାନାଳ, କେନ୍ଦ୍ରାପଡାରେ ୪ ଲେଖାଏଁ, ନୟାଗଡ ରେ ୫, ଭଦ୍ରକ ରେ ୮, ପୁରୀ ୧୧, ସମ୍ବଲପୁର ୧୨, ବାଲେଶ୍ୱର ୧୪, ଜଗତସିଂହପୁର ୧୬, ସୁନ୍ଦରଗଡ଼ ୧୯, ଯାଜପୁର ୧୦, ମୟୁରଭଞ୍ଜ ୨୧,କଟକ ୬୬ ଓ state pool ରେ ୬୧ ଜଣ ନୂତନ କରୋନା ସଂକ୍ରମିତ ହୋଇ ଥିବାର ଜିଲ୍ଲା ସୂଚନା ଅଧିକାରୀ ସୂଚନା ଦେଇଛନ୍ତି |