ଭାରତୀୟ ମଜଦୁର ସଂଘର ଚେତାବନୀ ଶୋଭାଯାତ୍ରା

ରାୟଗଡା ସଦର (ଗୋପୀନାଥ ଗୌଡ଼): ଭାରତୀୟ ମଜଦୁର ସଂଘର ରାଜ୍ୟର ନିଷ୍ପତ୍ତି କ୍ରମେ ଆଜି ରାୟଗଡା ଜିଲ୍ଲା ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି ଶ୍ରୀ ଯୋଗେଶ୍ୱର ଦାସଙ୍କ ନେତୃତ୍ୱରେ ବିଏମଏସ ଦ୍ୱାରା ପରିଚିତ ଓଡ଼ିଆ କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ, ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କର ସଂଘ,ଓଡିଶା ରାଜ୍ୟ ଆଶାକର୍ମୀ ସଂଘ,ଓଡିଶା ରାଜ୍ୟ ସ୍ୱାବଲମ୍ବୀ କାରିଗର ସଂଘ, ଓଡିଶା ରାଜ୍ୟ ପାଚିକା ସଂଘ ଏବଂ ରାୟଗଡା ବ୍ୟବସାୟୀ ମଜଦୁର ସଂଘ ର କର୍ମୀ ମାନେ ହଜାର ହଜାର ସଂଖ୍ୟାରେ ଯୋଗ ଦେଇ ସ୍ଥାନୀୟ ଗାନ୍ଧୀପର୍କ ଠାରୁ ମୁଖ୍ୟ ବଜାର ଦେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଷ୍ମୟଭ ପ୍ରଦର୍ଶନ କରିବା ସହ ପଂଜିକୃତ ଶ୍ରମିକମାନଙ୍କୁ ଯେଉଁ ପ୍ରକାର ଅତ୍ୟାଚାର ଦିଆଯାଉଥିବା ଯୋଗୁଁ ନିନ୍ଦା କରିଛନ୍ତି |

ଏହାର ତୁରନ୍ତ ସମାଧାନ କରିବା ପାଇଁ ଚେତାବନୀ ଦେଇଛନ୍ତି | ଏହା ସହ ଜିଲ୍ଲାପାଳ କାର୍ଯ୍ୟାଳୟ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ସଭା ଆୟୋଜନ କରାଯାଇଥିଲା | ଉକ୍ତ ସଭାରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ସଭାପତି ଶ୍ରୀ ଯୋଗେଶ୍ୱର ଦାସ ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ ଦାମଝୋଡ଼ି ଠାରେ ଅଧିବେଶନ ରେ ଗୃହୀତ ହୋଇଥିବା ଓଡ଼ିଶାର ଠିକ ଓ ଅଣସଂଘଟିତ କ୍ଷେତ୍ରରେ ଶ୍ରମିକଙ୍କୁ କେବେ ମିଳିବ ଅର୍ଥନୈତିକ ସ୍ୱାଧୀନତା ଏବଂ କେବେ ବନ୍ଦ ହେବ ଦାଦନ ପ୍ରଥାର ଶ୍ରମିକ ଅସନ୍ତୋଷ ସମସ୍ୟା ଉପରେ ଓଡିଶା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଜିଲ୍ଲାରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ପାଚିକା,ସ୍ୱାବଲମ୍ବୀ କାରିଗର ମାନଙ୍କ ଉପରେ ହେଉଥିବା ସମସ୍ୟା ଏବଂ ଓଡ଼ିଶାରେ ଅସଂଘଟିତ ଶ୍ରମିକ ତଥା ସ୍ଥାନାନ୍ତର ଓ ଦାଦନ ଶ୍ରମିକ ସମସ୍ୟା ବୃଦ୍ଧି ରୋକିବାରେ ସରକାର ଅବହେଳା ବା ଇଛା ସର୍କଟି ର ଘୋର ଅଭାବ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ |

ମୁଖ୍ୟତଃ ସାମାଜିକ ସୁରକ୍ଷା ଦେବାପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଶ୍ରମିକ ମାନଙ୍କୁ ପଞ୍ଜିକରଣ କରି ସେମାନଙ୍କୁ ସହାୟତା ଦେବପୀନ କୋଟି କୋଟି ଟଙ୍କା ଆସୁଥିଲେ ବାଧ୍ୟ ତାହା ରାୟଗଡା ଜିଲ୍ଲାରେ କିଭଳି ପ୍ରହସନ ପାଲଟିଛି ଓ ସାଧାରଣ ଶ୍ରମିକ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଧାଇଁ ଧାଇଁ ହଇରାଣ ହେଉଛନ୍ତି ସେ ସମ୍ପର୍କରେ ଆଲୋଚନା କରାଯାଇ ଚେତାବନୀ ଦିଆଯାଇଥିବା ସହ ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ହେବ ବୋଲି କହିଥିଲେ | ଏ କାର୍ଯ୍ୟକ୍ରମ ରେ ଜିଲ୍ଲା ସମ୍ପାଦକ ଶ୍ରୀ ଖଗେଶ୍ୱର ସିଂ,କୋଠାବାଡି ଓ ଅନ୍ୟାନ୍ୟ ମଜଦୁର ସଂଘର ସଭାପତି ଶ୍ରୀ ଅରୁଣ କୁମାର ଲେଙ୍କା , ସମ୍ପାଦକ ଶ୍ରୀ ବିଷ୍ଣୁ ହିମିରିକା, ଅଲ ଓଡିଶା ଅଙ୍ଗନବାଡି ଆସୋସିଏସନ ର ସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ ,ସମ୍ପାଦିକା ଶ୍ରୀମତୀ ଉଷାରାଣି ଦାସ, ଆଶାକର୍ମୀ ସଂଘର ଉମ ବାଲିଆଲ ସିଂ ସହ ଅନେକ କର୍ମୀ ଯୋଗ ଦେଇଥିଲେ |

Comments are closed.