ଦୁଇ ନକଲି ମାଓବାଦୀ ଗିରଫ : ଧମକ ଦେଇ ଆଦାୟ କରୁଥିଲେ ଟଙ୍କା

0
224

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୨୦/୧୦) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ହେଉଛି ଏକ ଜଙ୍ଗଲ ଘେରା ଅଞ୍ଚଳ ହୋଇଥିବାବେଳେ ଏହାକୁ ମାଓ ପ୍ରବଣ ଅଞ୍ଚଳ ଭାବେ ପରିଚିତ । ସେଥିପାଇଁ ଏହି ଅଞ୍ଚଳର ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଅନେକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆଜି ଦୁଇ ନକଲି ମାଓବାଦୀ ଗିରଫ ହୋଇଛନ୍ତି |

ବେଲେ ବେଲେ ଏଠାରେ ଦୁଇ ନକଲି ମାଓବାଦୀ ମାଓ ନାଁ ରେ ଧନୀକ ଶ୍ରେଣୀର ଲୋକ ଓ ଠିକାଦାର ମାନଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଶୁଣିବାକୁ ମିଳେ । ସୂଚନାଯୋଗ୍ୟ ଯେ ଗତ ୧୦/୧୦/୨୧ ଦିନ ଏକ ଅଜଣା ନମ୍ବର ରେ ବାଞ୍ଜିପାଲି ଗାଁର ଇଲିୟାସ ନାମକ ଜଣେ ଠିକାଦାରଙ୍କୁ କେହି ଜଣେ ଫୋନ କରି ହରିଶଙ୍କର ମାଓ କୋଡ଼ ନାଁ ରେ ୫ ଲକ୍ଷ ଟଙ୍କା ମାଗିଥିଲେ । ତାପରେ ଇଲିୟଷ ଖପ୍ରାଖୋଲ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ଖପ୍ରାଖୋଲ ଥାନା ଅଧିକାରୀ କଲ୍ ଟ୍ରାକ୍କିଙ୍ଗ ପାଇଁ ପଠାଇ ଥିଲେ ।

ଟ୍ରାକିଙ୍ଗ ପରେ ଜାଣିପାରି ବାଞ୍ଜିପାଲି ଗାଁ ର ବିକାଶ ସାହୁ (୨୪) ଓ ଧଣ୍ଡାମୁଣ୍ଡା ଗାଁର ସୁମନ ଶେଖର ସାହୁ କୁ ଗିରଫ କରି କେଶ୍ ନମ୍ବର ୧୬୨/୨୧ ଧାରା ୪୧୯/୩୮୬/୫୦୬/୩୪ ମାମଲା ରୁଜୁ କରି ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରିଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।