Friday, March 29, 2024

Top 5 This Week

Related Posts

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କାର : ଗୋଟିଏ ପରିବାର ର ୩ ଜଣ ଆହତ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୧୯/୧୦) : ଆଜି ଅପରାହ୍ନ ୪ ଟା ସମୟରେ ଏକ କାର ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯିବାରୁ ଗାଡ଼ିରେ ଥିବା ଗୋଟିଏ ପରିବାର ର ତିନିଜଣ ଆହତ ହୋଇଛନ୍ତି |WhatsApp Image 2021 10 20 at 10.05.58 AM ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କାର : ଗୋଟିଏ ପରିବାର ର ୩ ଜଣ ଆହତ

ସୂଚନା ଅନୁଯାଇ ଆଜି ଅପରାହ୍ନ ୪ ଟା ସମୟରେ ୫୭ ନଂ ଜାତୀୟ ରାଜପଥ ବୌଦ୍ଧ ଜିଲ୍ଲା ରେ ସୀମାନ୍ତ ଅଞ୍ଚଳ ବଦଲା ଠାରେ CG04-KJ -0903ନଂ ଥିବା ଏକ କାର ଭାରସାମ୍ୟ ହରାଇ ରାସ୍ତା କଡ଼ କୁ ଖସିଯାଇଥିଲା | ଫଳରେ କାର ରେ ଥିବା ଗୋଟିଏ ପରିବାର ର ଡ୍ରାଇଭର ଅମିତ, ବାପା ରଞ୍ଜନ ଓ ମାଁ ପ୍ରତିମା ଗୁରୁତର ଆହତ ହୋଇଥିଲେ | କାର ଟି ଭୁବନେଶ୍ୱର ରୁ ଛତିଶଗଡ ରାଜ୍ୟ ରାଇପୁର କୁ ଯାଉଥିଲା ବୋଲି ଜଣା ପଡ଼ିଛି | ଦୁର୍ଘଟଣା ଖବର ପାଇ ୧୦୮ ଆମ୍ବୁଲାନ୍ସ ଆହତ ତିନିଜଣ ଙ୍କୁ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ଥିବାର ଜଣାପଡିଛି |

Popular Articles