ଅଙ୍ଗନବାଡି କେନ୍ଦ୍ର ର ମନମୁଖୀ କାର୍ଯ୍ୟ, ଦୁଇମାସ ହେଲାଣି ପାଣିଟାଙ୍କି ତଳ ମୁହାଁ 

0
422

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, ବୌଦ୍ଧ, (୧୬/୦୭) : ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାମଗଡ ପଂଚାୟତ ମହିବାହାଲ ଗ୍ରାମ ର ଅଙ୍ଗନବାଡି କେନ୍ଦ୍ର ର ରକ୍ଷଣl ବେକ୍ଷଣ ଅଭାବରୁ ସରକାର ଙ୍କ ଖର୍ଚ୍ଚ କରିଥିବା ଅର୍ଥ ପାଣିରେ ପଡିଛି |WhatsApp Image 2021 07 16 at 9.02.49 AM ଅଙ୍ଗନବାଡି କେନ୍ଦ୍ର ର ମନମୁଖୀ କାର୍ଯ୍ୟ, ଦୁଇମାସ ହେଲାଣି ପାଣିଟାଙ୍କି ତଳ ମୁହାଁ 

ସୂଚନା ନୁଯାଇ ନୂତନ ଭାବରେ ତିଆରି ମହିବାହାଲ ଅଙ୍ଗନବାଡି କେନ୍ଦ୍ର ରେ ପାନୀୟ ଜଳ ର ସୁବିଧା ପାଇଁ ଛାତ ଉପରେ ପାଣି ଟାଙ୍କି କରାଯାଇ ଥିଲା | ପାଣି ବ୍ୟବହାର ନ କରିବା ପୂର୍ବରୁ ଛାତରୁ ପାଣି ଟାଙ୍କି ଓଲଟି ବାର ଦୁଇ ମାସ ବିତି ଯାଇଥିଲେ ବି ଅଙ୍ଗନବାଡି କର୍ମୀ ଙ୍କ ଏହା ଉପରେ ଦୃଷ୍ଟି ପଡୁନି |

ସାଧାରଣ କେନ୍ଦ୍ର ର ସୁରକ୍ଷା ରେ ଯଦି ଏତେ ଅବହେଳା ତା’ ହେଲେ ଛୋଟ ଛୋଟ ଶିଶୁ ଙ୍କ ଭବିଷ୍ୟତ ଏହି କେନ୍ଦ୍ର ରେ କିଭଳି ହେବ ବୋଲି ଅଭିଭାବକ ଓ ଗ୍ରାମବାସୀଙ୍କ ଚିନ୍ତା ର ବିଷୟ ପାଲଟିଛି |