ବିଧାନସଭା ଆଗରେ ଗଣଧାରଣା ଦେବା ପାଇଁ ଗାଁ ସାଥି ଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
238

ରିପୋର୍ଟ : ସୁଶାନ୍ତ ବେହେରା
କଣ୍ଟାମାଳ,(୧୮/୧୦) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଆମ୍ବଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ କଣ୍ଟାମାଳ ବ୍ଲକ ଗାଁ ସାଥି ସଙ୍ଘର ବିଧାନସଭା ଆଗରେ ଗଣଧାରଣା ଦେବା ପାଇଁ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି |

ସଂଘ ର ସଭାପତି ଠାକୁର ଚରଣ ନାଏକ ଙ୍କ ସଭାପତିତ୍ୱରେ ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଗାଁ ସାଥି ମାନଙ୍କୁ କରୁଥିବା ଅବହେଳା, ଅଣଦେଖା ଓ ପଞ୍ଚାୟତ ସ୍ତରରୁ କରୁଥିବା ଅବହେଳା ଓ ସମସ୍ତ ସଦସ୍ୟ ଙ୍କୁ ସକ୍ରିୟ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି | ଆଗାମୀ ଦିନରେ ଗାଁ ସାଥି ମାନଙ୍କୁ ସରକାରୀ ନିୟମ ମୁତାବକ ପ୍ରଶାସନ କାମଧନ୍ଦା ଯୋଗାଇ ନ ଦିଅନ୍ତି ତେବେ ସଙ୍ଘ ତରଫରୁ ବିଧାନସଭା ଆଗରେ ଗଣଧାରଣା ଦିଆଯିବ ବୋଲି କହିଛନ୍ତି |

ସରକାର ଙ୍କ ନିୟମ ଅନୁସାରେ ଗାଁ ସାଥି ଙ୍କ ଡାଟା ବେଶ ପ୍ରସ୍ତୁତ, ନେସନାଲ ମୋବାଇଲ ମନିଟରିଂ ସିଷ୍ଟମ (NMMS), ପରିଚୟ ପାତ୍ର, ମାଷ୍ଟର ରୋଲ ରେ ଗାଁ ସାଥି ଙ୍କ ସ୍ଵାକ୍ଷର ନିଶ୍ଚିତ କରାଯିବା, ମିଡିଲ ମେନ ଓ ଠିକାଦାର ବନ୍ଦ କରିବା, ମେସିନ ର ବ୍ୟବହାର ବନ୍ଦ କରିବା ଇତ୍ୟାଦି ପ୍ରମୁଖ ଦାବୀ ଗୁଡିକ ପୂରଣ କରିବାକୁ ସଙ୍ଘ ପକ୍ଷ ରୁ ଲିଖିତ ଅଭିଯୋଗ କରାଯାଇଛି |

ଆଜିର ଏହି ବୈଠକ ରେ କରୁଣା କଁଅର, ଜୟସିଂ ରଣା, ହରି ରଣା, କୁଞ୍ଜ ମଲିକ, ଜଳନ୍ଧର ମଲିକ, ଦୂରମାନ ବିଭାର, ପ୍ରଦୀପ ପାଣ୍ଡିଆ, ଗୀତାରାଣୀ ରଣା ଓ ରଶ୍ମିତା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ |