Related Contents

ବରପାଲି ଶୀତଳଷଷ୍ଠୀ ଯାତ୍ରା – ଗଣ୍ଠିଆଳ ଫିଟା କାର୍ଯ୍ୟକ୍ରମ ସମାହିତ

ବରପାଲି (ବାଳ କିଶୋର ଖାଡ଼ଙ୍ଗା ): ବରପାଲିର ୧୪୧ତମ ଶୀତଳଷଷ୍ଠୀ ଯାତ୍ରାର ଅନ୍ୟତମ ମୁଖ୍ୟ ପର୍ବ ଗଣ୍ଠିଆଳ ଫିଟା କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନରେ ବୈଦିକ ରୀତିରେ ସମ୍ପାଦିତ ହୋଇଯାଇଛି |

ଏକ ଶୋଭାଯାତ୍ରାରେ କପିଳେଶ୍ୱର ବାବା ଓ ମାତା ପାର୍ବତୀଙ୍କୁ ଭଣ୍ଡାର ଗୃହରୁ ଅଣାଯାଇ ଗତ ବର୍ଷର ହିମାଦ୍ରୀ ନଗର (କଲେଜ ଛକ) ଠାରେ ପହଂଚିବା ପରେ ଗତ ବର୍ଷର କନ୍ୟାପିତା ଙ୍କ ଦ୍ୱାରା ଏହି ଗଣ୍ଠିଆଳ ଫିଟା କାର୍ଯ୍ୟକ୍ରମ କରାଯାଇଥିଲା | ଏହା ପରେ ମାତ୍ର ୨୪ଘଂଟା ପାଇଁ ଶିବ ପାର୍ବତୀଙ୍କୁ ଅଲଗା କରାଯିବ ପରେ ଶିବଙ୍କୁ ପୁଣି ଭଣ୍ଡାର ଗୃହ ଓ ମାତା ପାର୍ବତୀଙ୍କୁ ଚଳିତ ବର୍ଷର ହିମାଦ୍ରୀ ନଗର (କପିଳେଶ୍ୱର ନଗର) କୁ ଶୋଭାଯାତ୍ରାରେ ନେଇଯାଇଥିଲା | ଆଜି ମଧ୍ୟ ରାତ୍ରରେ ମହାଦେବଙ୍କ ବିରାଟ ବରାନୁଗମନ ଶୋଭାଯାତ୍ରା ନଗର ପରିକ୍ରମା କରିବା ପରେ ରବିବାର ସକାଳେ ଏହି ଦେବ ଦମ୍ପତ୍ତିଙ୍କ ବୈବାହିକ ବୈଦିକ ରୀତିରେ ସମାହିତ ହେବ |

Comments are closed.