Related Contents

ବରପାଲିର ୧୪୧ତମ ଶୀତଳ ଷଷ୍ଠୀଯାତ୍ରା – ଦେବା ନିମନ୍ତ୍ରଣ ଧରି ଭୈରବ ବାବାଙ୍କ ନଗର ପରିକ୍ରମା

ବରପାଲି(ବାଳକିଶୋର ଖାଡ଼ଙ୍ଗା): ବରପାଲିର ଐତିହ୍ୟ ସମ୍ପର୍ଣ୍ଣ ୧୪୧ତମ ଶୀତଳଷଷ୍ଠୀ ଯାତ୍ରାରେ ଗତ କଲି ରାତ୍ରରେ ଶିବ ପାର୍ବତୀ ଙ୍କ ବିବାହ ନିମନ୍ତ୍ରଣ ପତ୍ର ଧରି ଭୈରବ ବାବା ନଗର ପରିକ୍ରମା ପୂର୍ବକ ସମସ୍ତ ଦେବାଦେବୀଙ୍କୁ ଏହି ଦେବା ବିବାହର ନିମନ୍ତ୍ରଣ କରିଥିଲେ |

ଆଜି ଶିବ ପାର୍ବତୀଙ୍କ ଗଣ୍ଠିଆଳ ଫିଟା ପରେ ମହାଦେବ ପ୍ରଭୁ ମାତ୍ର ୨୪ଘଂଟା ପାଇଁ ଅଲଗା କରାଯିବ ପରେ ମାତା ପାର୍ବତୀ ହିମାଦ୍ରୀନଗରରେ ବିଜେ କରନ୍ତି | ମଧ୍ୟରାତ୍ରରେ କପିଳେଶ୍ୱର ବାବାଙ୍କ ବିରାଟ ବଡ଼ନୁଗମାନ ଶୋଭାଯାତ୍ରା ବାଗରପରିକ୍ରମ କରି ହିମାଦ୍ରୀ ନଗର ପହଂଚିବା ପରେ ବୈଦିକ ରୀତିରେ ଏହି ବିବାହ ସମ୍ପର୍ଣ୍ଣ ହେବ | ପାଗ ଅନୁକୂଳ ଥିବାରେ ଯାତ୍ରାରେ ଗହଳି ଜମିବାରେ ଲାଗିଛି | ହାଇସ୍କୁଲ ପଡିଆରେ ଥିବା ମିନବଜାର, ନୃପରାଜ ଉଦ୍ୟାନରେ ବାଣିଜ୍ୟ ମେଳାରେ ବେଶ ଭିଡ ପରିଲକ୍ଷିତ ହୋଇଥିଲା | ରାତ୍ରରେ ସହରର ବିଭିନ୍ନ ଛକରେ ଭଜନ , ଅର୍କେଷ୍ଟ୍ରା , ପ୍ରବଚନ, ବାଦୀ କୀର୍ତ୍ତନ ଆଦି ପରିବେଷଣ କରାଯାଇଥିଲା | ଅନ୍ୟ ପକ୍ଷରେ ତାରକାସୁର ର ଦିଗବିଜୟ ଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ପାଲଟିଛି |ପ୍ରବଳ ଜନଗହଳି ହୋଇଥିଲେ ମଧ୍ୟ ବ୍ୟାପକ ପୋଲିସ ପୁତାୟାଂ ଯୋଗୁଁ କୌଣସି ପ୍ରକାର ବିଶୃଙ୍ଖଳା ଦେଖାଯାଇନାହିଁ |

Comments are closed.