Related Contents

ଟାଙ୍ଗିଆ ଚୋଟରେ ଜଣେ ମହିଳାଙ୍କ ମୃତ୍ୟୁ, ସ୍ୱାମୀ ଆହତ

କୁଚିଣ୍ଡା : ସାମାନ୍ୟ ବଚସାରୁ ହତ୍ୟା। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଗୌଡ଼ପାଲି ପତରପଡ଼ିରେ।

ଗତକାଲି ବିଳମ୍ବିତ ରାତି ଜଣେ ବ୍ୟକ୍ତିଙ୍କ ଟାଙ୍ଗିଆ ଚୋଟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଆହତ ହୋଇଛନ୍ତି।  ମୃତ ମହିଳାଙ୍କ ନାଁ ଜେମା ମହାନନ୍ଦ। ତାଙ୍କ ସ୍ୱାମୀଙ୍କ ନାଁ ଅଲେଖ ମହାନନ୍ଦ। ଅଭିଯୁକ୍ତଙ୍କ ନାଁ ପ୍ରକାଶ ଧାନଗୁଣ୍ଡି। ତାଙ୍କୁ ପୋଲିସ୍ ଗିରଫ କରିଛି।

Comments are closed.