Related Contents

ପାରିବାରିକ ଗଣ୍ଡଗୋଳକୁ ନେଇ ସ୍ତ୍ରୀଙ୍କ ବେକ କାଟିଲେ ସ୍ୱାମୀ

ଉମରକୋଟ-ନବରଙ୍ଗପୁର (ଏ. ସତୀଶ ): ପାରିବାରିକ ଗଣ୍ଡଗୋଳକୁ ନେଇ ସ୍ତ୍ରୀଙ୍କ ବେକ କାଟିଲେ ସ୍ୱାମୀ | ଏକ ଧାରୁଆ ବ୍ଲେଡରେ ଅଭିଯୁକ୍ତ ସ୍ୱାମୀ ନିଜ ସ୍ତ୍ରୀର ବେକ କାଟି ଦେଇଛନ୍ତି | ଏହିପରି ଅଭାବନୀୟ ଘଟଣା ଘଟିଛି ଉମରକୋଟ ସହରର ଡେପଗୁଡା ସାହିରେ | ସ୍ତ୍ରୀଙ୍କ ନାମ ରୁବିନି ହରିଜନ (40) ଓ ଅଭିଯୁକ୍ତ ସ୍ୱାମୀ ହେଉଛନ୍ତି ନାଥୁ ହରିଜନ | ବର୍ତ୍ତମାନ ଉମରକୋଟ ଥାନାରେ ଆତ୍ମ ସମର୍ପଣ କରିଛି ଅଭିଯୁକ୍ତ ନାଥୁ ହରିଜନ | ସ୍ତ୍ରୀ ଗୁରୁତର ଅବସ୍ଥାରେ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି |

Comments are closed.