Related Contents

ରଜ ମହୋତ୍ସବ ବାଙ୍କୀ ଉଦଘାଟିତ

ବାଙ୍କୀ (ସନ୍ତୋଷ ବାରିକ): ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ଓଡ଼ିଶାର ବାରମାସରେ ତେର ପର୍ବ ପାଳନ ହେଇଥିବା ବେଳେ ତା ମଧ୍ୟରୁ ରଜ ପର୍ବ ଅନ୍ୟତମ | ତିନି ଦିନ ଧରି ଏହି ପର୍ବ ଓଡ଼ିଶାର ପୁରପଲ୍ଲୀରେ ପାଳନ ହୋଇଥାଏ |

ଗତ କାଲି ବାଙ୍କୀ ଗୋଳେଇ ମାର୍କେଟ ଠାରେ ମା ରୁଚିକା ବାସିନୀ ରେ ମହୋତ୍ସବ ଉଦଘାଟିତ ହୋଇଯାଇଛି | ପ୍ରଥମେ ବାଙ୍କୀ ରେ ଆରାଧ୍ୟ ମା ମା ଚର୍ଚ୍ଚିକା ଙ୍କ ନିକଟରୁ ଏକ ଶୋଭାଯାତ୍ରା ମାଧ୍ୟମରେ ଆଜ୍ଞାମାଳ ସହ ଜ୍ୟୋତି ଆସି ମଂଚ ପାଖରେ ଜ୍ୟୋତି ସ୍ଥାପନ କରିବା ସହିତ ବିଦ୍ଧିବଦ୍ଧ ଭାବେ ଉଦଘାଟିତ କରିଥିଲେ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ | ସମ୍ମାନିତ ଅତିଥି ଭାବେ ବାଙ୍କୀ ଉପଜିଲ୍ଲାପାଳ ଅରୁଣ କୁମାର ବିଶ୍ୱାଳ,ବାଙ୍କୀ ନଗରପାଳ ଅକ୍ଷୟ କୁମାର ପ୍ରଧାନ, ବାଙ୍କୀ ସମବାୟ ବ୍ୟାଙ୍କ ସଭାପତି ସୁବାସ ପଢି ପ୍ରମୁଖ ଯୋଗ ଦେଇ ଓଡ଼ିଶାର ଗଣପର୍ବ ରଜ ଉପରେ ଆଲୋକପାତ କରିଥିଲେ | ଏହି ରଜ ମହୋତ୍ସବରେ ବାଙ୍କୀ ଅଞ୍ଚଳର ବହୁ ଯୁବକ, ଯୁବତୀ ଆବାଳ ବୃଦ୍ଧ ବନୀତାଙ୍କ ଦ୍ୱାରା ବାଙ୍କୀ ସହର ଉତ୍ସବ ମୁଖର ହୋଇ ଉଠିଥିଲା | ଏହି ରଜ ମହୋତ୍ସବ ୭ଦିନ ଧରି ଚାଲିବାକୁ ଥିବା ବେଳେ ବିଭିନ୍ନ ଦୋକାନ ବଜାର ସହିତ ରାମଦୋଳି,ବ୍ରେକଡ଼େନ୍ସ ର ମଜା ନେଉଛନ୍ତି ଯୁବକ ଯୁବତୀ | ପରେ ତାସ ଖେଳ , ଲୁଡୁ ଖେଳ, ପୁଚି ଖେଳ ରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା |

Comments are closed.