Related Contents

ପରୀ ପାଇଁ କଥା ଟିଏ – ଡୁଙ୍ଗୁରିପାଲିରେ ପରିରଥକୁ ଭବ୍ୟ ସମ୍ବର୍ଧନା

ଡୁଙ୍ଗୁରିପାଲି(ରତ୍ନାକର ସେଠ): ରାଜ୍ୟରେ ଦିନକୁ ଦିନ ନାବାଳିକା ନିର୍ଯାତନା ବଢ଼ିବାରେ ଲାଗିଛି ଏଥିପାଇଁ ଓଡିଶା ପୋଲିସ, ରାଜ୍ୟ ସରକାର ଓ ୟୁନିସେଫର ମିଳିତ ଅନୁକୁଲ୍ୟରେ ଏକ ସଚେତନତା ରଥ ଗତ ୨୮ତାରିଖରୁ ରାଜ୍ୟ ସାରା ପରିଭ୍ରମଣ କରୁଛି | ଏହି ପରିପ୍ରେକ୍ଷୀରେ ଗତ କାଲି ଅପରାହ୍ନ ୫ଟାରେ ପରିରଥ ଡୁଙ୍ଗୁରିପାଲି ରେ ପହଞ୍ଚିଥିଲା |

ଓଡ଼ିଶାର ମାନ୍ୟବର ଗୃହ, ନଗରଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପତାକା ଦେଖାଇ ଏହାକୁ ସ୍ୱାଗତ କରିଥିଲେ | ବଣିକ ସଂଘଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ, ଡୁଙ୍ଗୁରିପାଲି ପୋଲିସ ପକ୍ଷରୁ ଘଣ୍ଟା , ସଂକୀର୍ତନ,ଦୁଲଦୁଲି ବାଜା ସହ ସହର ପରିକ୍ରମା କରି ସଂଗ୍ରାମୀ ମଣ୍ଡପକୁ ପାଛୋଟି ନିଆଯାଇଥିଲା | ଏହି ଅବସରରେ ଅନୁଷ୍ଠିତ ସଭାରେ ସୋନପୁର ଅତିରିକ୍ତ ଜିଲ୍ଲା ଅଧିକ୍ଷକ ବି.ଏନ.ମାଝୀଙ୍କ ଅଧ୍ୟକ୍ଷତା ରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇ ପରୀ ଭଳି ସଚେତନତା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ | ସୋନପୁର ଜିଲ୍ଲା ଏକ ଶାନ୍ତିପ୍ରିୟ ଜିଲ୍ଲା ଓ ଏହି ଜିଲ୍ଲା ରେ ଅପରାଧିକ ଘଟଣା ବହୁତ କାମ ବୋଲି ଶ୍ରୀ ପୂଜାରୀ କହିଥିଲେ | ସମ୍ମାନିତ ଅତିଥି ଭାବେ ଏସ୍ଡ଼ିପିଓ ଭବାନୀ ଶଙ୍କର ଉଦ୍ଗାତା,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହିମାଂଶୁ ବିଶ୍ୱାଳ,ଜିଲ୍ଲା ବିଜେଡି ଉପସଭାପତି ରମେଶ ପୂଜାରୀ, ବ୍ଲକ ଅଧ୍ୟକ୍ଷ ବେଳର ସାହୁ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ | ବଣିକ ସଙ୍ଘ ସଭାପତି ପ୍ରଦୀପ ମିଶ୍ର କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ | କାର୍ଯ୍ୟକ୍ରମ କୁ ମାନଭଞ୍ଜନ ମିଶ୍ର ସଂଯୋଜନା କରିଥିଲେ | ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ପରିମାନଙ୍କୁ ସହଯୋଗ ପାଇଁ ଅତିରିକ୍ତ ଏସ ପି ସମସ୍ତଙ୍କୁ ଶପଥ ପାଠ କରାଇଥିଲେ | ଶିକ୍ଷକ ଅମୁଲ୍ୟ ବେହେରାଙ୍କ ରଚନା, କୁନୁ ସା ଙ୍କ ନିର୍ଦେଶନା ବିପ୍ରଚରଣ ସାହୁଙ୍କ ପ୍ରୟୋଜନ ରେ ସଚେତନତା ନାଟକ ଅନୁଷ୍ଠିତ ହୋଇଥିଲା |

Comments are closed.