ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଦ୍ୱାରା ନୂତନ ଏଆଇସିସି ମନୋନୀତ ଜିଲ୍ଲା ସଭାପତିଙ୍କୁ ସମ୍ବର୍ଧନା

ନବରଙ୍ଗପୁର(ଏ.ସତୀଶ): ଗତ ୯ତାରିଖ ଦିନ ଅଖିଳ ଭାରତୀୟ କଂଗ୍ରେସ କମିଟି ଦ୍ୱାରା ମନୋନୀତ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମୁନା ତ୍ରିପାଠୀଙ୍କୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ସମ୍ବର୍ଧନl ଦିଅl ଯାଇଥିଲା |

ପ୍ରଦେଶ କଂଗ୍ରେସ ସଂଗଠନ ସମ୍ପାଦକ ଶ୍ରୀ ସରୋଜ ପତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଧନା ସଭା ହୋଇଥିଲା | ଗତ ବର୍ଷ ଜୁନ ମାସରେ ଶ୍ରୀ ତ୍ରିପାଠୀ ଜିଲ୍ଲା ସଭାପତି ରୂପେ ମନୋନୀତ ହୋଇଥିଲେ | ଆଉ ଏବେ ଏ ଆଇସି ସି ମୋହର ଲାଗିବା ଦ୍ୱାରା ଶ୍ରୀ ତ୍ରିପାଠୀ ପୂର୍ଣ୍ଣ ରୂପେ ସଭାପତି ହୋଇ ଜିଲ୍ଲାରେ କଂଗ୍ରେସସ କୁ ସଂଗଠିତ କରି ଆଉ ମଜଭୁତ ହେବ ଦଳ ବୋଲି କହିଥିଲେ | ଏହି ସମ୍ବର୍ଧନା ସଭାରେ ଶ୍ରୀ ସଦନ ନାୟକ,ଶ୍ରୀ ଦିଲୀପ ବେହେରା,ଶ୍ରୀ ଅଖିଳ ଭତରା, କଂଗ୍ରେସ ସାଧାରଣ ସମ୍ପାଦକ ଶ୍ରୀ ପ୍ରଦୀପ ସାହୁ, ସମ୍ପାଦକ ଶ୍ରୀ କୁନା ତ୍ରିପାଠୀ, ଶ୍ରୀ ଅବଦୁଲ ଫିରୋଜ,ଶ୍ରୀ ସଞ୍ଜୟ ନାୟକ, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ସତ୍ୟ ନାରାୟଣ ତ୍ରିପାଠୀ, ଶ୍ରୀ ଚନ୍ଦ୍ର ମଲ୍ଲିକ, ଶ୍ରୀ ବାସୁଦେବ ପଟ୍ଟନାୟକ ତଥା ଅନେକ କଂଗ୍ରେସସ କର୍ମୀ ଉପସ୍ଥିତ ଥିଲେ |

Comments are closed.