Advertisements
Sunday, July 5, 2020
Home National News ଚାରିତ୍ରିକ ସନ୍ଦେହରେ ମହିଳାଙ୍କ ଚୁଟି କଟାଗଲା

ଚାରିତ୍ରିକ ସନ୍ଦେହରେ ମହିଳାଙ୍କ ଚୁଟି କଟାଗଲା

ଲୋଇସିଂହା(ବିମଳେନ୍ଦୁ ସାହୁ):  ଏବେ ମଧ୍ୟ ଗାଁ ଗହଳିରେ ମଧ୍ୟଯୁଗୀୟ ସାମନ୍ତ ବାଦି ଚିନ୍ତାଧାରାର ବହୁଳ ପ୍ରଭାବ ରହିଛି । ଜନୈକ ମହିଳାଙ୍କ ଚରିତ୍ର ଉପରେ ସନ୍ଦେହ ପ୍ରକଟ କରି ତାଙ୍କୁ ଉଲଗ୍ନ କରିବା ସହିତ ତାଙ୍କ ମୁଣ୍ଡ ବାଳ କାଟିଦେବା ଭଳି ଘଟଣା ଦେଖିବାକୁ ମିଳିଛି ଲୋଇସିଂହା ଥାନା ଅଂଚଳରେ ।

ଲୋଇସିଂହା ଥାନା କର୍କଚିଆ ଗାଁ ବାସିନ୍ଦା ଚୁଡାମଣି ଗଡ଼ତ୍ୟାଙ୍କ ସ୍ତ୍ରୀ ଭଗବତୀ । ଗତ ୩ ତାରିଖ ରାତିରେ ସେ ନିଜ ସ୍ୱାମୀଙ୍କ ସହିତ ଘରେ ଥିବା ବେଳେ ଗ୍ରାମର କିଛି ବ୍ୟକ୍ତି ତାଙ୍କ ଚରିତ୍ର ସଂହାର ପୂର୍ବକ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏ ନେଇ ସେହିଦିନ ଗ୍ରାମରେ ଏକ ବୈଠକ ବସି ଏହାର ମିମାଂସା ହୋଇଥିଲା । ତେବେ ସେହିଦିନ ରାତି ସାଢେ ୧୦ ଟାରେ ଉପରୋକ୍ତ ବ୍ୟକ୍ତି ମାନେ ପୁଣି ଥରେ ଚୁଡାମଣିଙ୍କ ଘର ସମ୍ମୁଖକୁ ଆସି ଭାଗବତୀଙ୍କୁ ଗାଳି ଗୁଳଜ କରିଥିଲେ । ଭଗବତୀ ଘରୁ ବାହାରକୁ ଆସିବା ପରେ ସେଠାରେ ଥିବା ଗ୍ରାମର ପପୁନ ଗଡ଼ତ୍ୟା ଓ ସୁଦାମ ବାରିକ ତାଙ୍କୁ ମାଡ଼ ମାରି ତଳେ ପକାଇ ଦେଇଥିଲେ । ସେମାନଙ୍କ ସାଥିରେ ଥିବା ତପସ୍ବିନୀ ଗଡ଼ତ୍ୟା, ଆଶକର୍ମୀ ସସ୍ମିତା ପଧାନ , ହେମଳତା ବାରିକ, ଜୟନ୍ତୀ ବାରିକ ପ୍ରମୁଖ ଭଗବତୀଙ୍କୁ ମାଡ ମାରି ଉଲଗ୍ନ କରିବା ସହିତ ଏକ କଇଁଚି ସାହାଯ୍ୟରେ ତାଙ୍କ ମୁଣ୍ଡ ବାଳ କାଟି ଦେଇଥିବା ନେଇ ଭଗବତୀ ଥାନାରେ ଅଭିଯୋଗ କରିଛନ୍ତି । ଲୋଇସିଂହା ପୋଲିସ ଏହି ଘଟଣାରେ୨ମହିଳାଙ୍କ ସମେତ ୬ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ମାଓବାଦୀ ଙ୍କୁ ବିରୋଧ କରି ପୋଷ୍ଟର ଲାଗିଲା ସ୍ବାଭିମାନ ଅଞ୍ଚଳରେ ।

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

Recent Comments

%d bloggers like this: