Related Contents

ଏସସି,ଏସଟି, ମହିଳା ବିକାଶ ପରିଷଦ ଗଠନ-ଗୋଲାମୁଣ୍ଡା

ଗୋଲାମୁଣ୍ଡା(ଚିତ୍ତ ବାଗ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସ୍ଥରୀୟ ଅନୁସୂଚିତ ଜାତି,ଜନଜାତି,ପଛୁଆ ବର୍ଗ ମହିଳା ବିକାଶ ପରିଷଦ ବିଶିଷ୍ଟ ସମାଜସେବୀ ତଥା ଶିକ୍ଷାବିତ ବିନ୍ଦୁ ମହାନନ୍ଦ ଙ୍କ ନେତୃତ୍ୱରେ ରେଙ୍ଗସlପାଲି ଗ୍ରା ପ କର୍ମlଠ ଠାରେ ଗଠନ ହୋଇଯାଇଛି |

ଉକ୍ତ ବୈଠକ ରେ ୨୮ଗୋଟି ଗ୍ରା ପ ର ମା ମାନେ ଉପସ୍ଥିତ ଥିବା ସହିତ ମହିଳା ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଗଣ ଦୁଷ୍କର୍ମକୁ ବିରୋଧ କରିବା ସହିତ ଗୋଲାମୁଣ୍ଡା ବ୍ଲକର ସମସ୍ତ ଦେଶୀ ମଦ ଭାଟି, କୋଠି,ବିଦେଶୀ ମଦ ଦୋକାନକୁ ବାଣ୍ଡ କରିବା ହେଉଛି ଉକ୍ତ ମହିଳା ବିକାଶ ପରିଷଦ ର ମୂଳ ଲକ୍ଷ ବୋଲି ମହିଳା ମଣ୍ଡଳ ତରଫରୁ ମତାମତ ରଖିଥିବା ବେଳେ ଅମ୍ବିକା ତାଣ୍ଡି ସଭା ନେତ୍ରୀ, ବୀଣାପାଣି ସୁନାନୀ ସାଧାରଣ ସମ୍ପାଦିକା ଓ କୁମାରୀ ମାଝୀଙ୍କୁ ସମ୍ପାଦିକା ଭାବରେ ଚୟନ କରିଥିଲେ | ରାମକୁମାର ସେନାପତି, ବନିତା ବିହାରୀ, ସସ୍ମିତା ବାଗ, ନମ୍ରତା ସିପିକା, ତ୍ରିପୁରା ନିଆଲ , ସାରବାନି ନାୟକ, ଚମ୍ପା ହରପାଳ, କୁନ୍ତଳା ବାଗ, ତ୍ରୖସିଲା ମଝି, ସାବିତ୍ରୀ ପ୍ରଧାନ, ମାନୁରମ ମଙ୍ଗରାଜ, ଭୁବନେ ନିଆଲ, କ୍ଷେତ୍ର ମୋହନ ଛତ୍ରିଆ, କୃଷ୍ଣ ଚନ୍ଦ୍ର ବାଗ,ଗୋପୀ ଜଳ,ଦାୟାଧାର ବିହାରୀ, ସନ୍ତୋଷ ସୁନାନୀ ଉପସ୍ଥିତ ଥିବା ସହିତ ବିଶିଷ୍ଟ ଶିକ୍ଷାବିତ ଶିବରାମ ସୁନାନୀ ସଭା ପରିଚାଳନା କରିଥିଲେ |

Comments are closed.