Related Contents

ନାବାଳିକା ନିର୍ଯାତନା ବିରୋଧରେ ସଚେତନ ଅଭିଯାନ- କ୍ୟାଣ୍ଡେଲ ରାଲି

ନବରଙ୍ଗପୁର (ଏ ସତୀଶ): ନବରଙ୍ଗପୁର ଜିଲ୍ଲା ପୋଲିସ ବାହିନୀ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ମୋକ୍ଷାରୁ ନାବାଳିକା ନିର୍ଯାତନା ବିରୋଧରେ ସଚେତନ ଅଭିଯାନ ପରୀ କାର୍ଯ୍ୟକ୍ରମରେ ଆଜି ନବରଙ୍ଗପୁର ସ୍ଥାନୀୟ ମୁନିସିପାଲିଟି ଠାରୁ ମଣ୍ଡେଇ ପଡିଆ ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ରାଲି ବାହାରିଥିଲା |

ଏହି ରାଲି ରେ ନବରଙ୍ଗପୁର ପୋଲିସ ବାହିନୀର ବହୁ ଅଧିକାରୀ ଓ କର୍ମଚାରୀ ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ,କଲେଜ ଅଧ୍ୟାପକ, ଅଧ୍ୟାପିକା, ସ୍କୁଲ ଶିକ୍ଷକ, ଶିକ୍ଷୟତ୍ରୀ,ଛାତ୍ରଛାତ୍ରୀ, ଓଁ ଶାନ୍ତି ଅନୁଷ୍ଠାନ, ବିଏସଏଫ ଯବାନ ଓ ନବରଙ୍ଗପୁର ସହରର ପ୍ରାୟ ୨ହଜାର ରୁ ଉର୍ଦ୍ଧ ଜନସାଧାରଣ ଏହି କାର୍ଯ୍ୟକ୍ରମ କୁ ସମର୍ଥନ କରି ଯୋଗଦାନ କରିଥିଲେ | ଏକ ବିପୁଳ ଜଣ ଶୋଭାଯାତ୍ରାରେ ଏହି କ୍ୟାଣ୍ଡେଲ ରାଲି ଦୁଷ୍କର୍ମର ଶିକାର ହୋଇ ମୃତ୍ୟୁ ବରଣ ତଥା ଆତ୍ମହତ୍ୟା କରିଥିବା ନାବାଳିକାଙ୍କୁ ସ୍ମୃତିରେ ଆତ୍ମାର ସଦ୍ଗତି ନିମନ୍ତେ ଗୋଟିଏ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଏଡ଼ିଏମ ଶ୍ରୀ ପରଖିତ ସେଠି,ଏସ୍ଡ଼ିପିଓ ଶ୍ରୀ ବିମଲକାନ୍ତ, ଅତିରିକ୍ତ ଏସପି ଶ୍ରୀ ଘନେଶ୍ୱର ସେଠି,ଥାନା ଅଧିକାରୀ ତାରିଖ ଅହମଦ,ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ଙ୍କ ସହ ବହୁ ପୋଲିସ କର୍ମଚାରୀ ଯୋଗ ଦେଇଥିଲେ |

Comments are closed.