Related Contents

ନରସିଂହପୁର ରେ ଶିଶୁ ନିର୍ଯାତନା ବିରୋଧରେ ପହଁଚିଲା ସଚେତନତା ଏକ୍ସପ୍ରେସ -ପରୀ ରଥ

ଆଠଗଡ଼ (ସନ୍ତୋଷ ବାରିକ):ଗାନ୍ଧିଜୀ କହିଥିଲେ ଯେଉଁଦିନ ଜଣେ ମହିଳା ବା ଯୁବତୀ ରାତି ୧୨ଟାରେ ଏକ ନିର୍ଭୟରେ ଏବଂ ସୁରକ୍ଷିତ ଭାବେ ଯାତାୟାତ କରିପାରିବ ସେହିଦିନ ଆମେ ପ୍ରକୃତ ସ୍ୱାଧୀନତା ପାଇଛେ ବୋଲି କହିବା ମାତ୍ର ଆଜିକାଲି ସମାଜ ଦ୍ରୁତ ଅବକ୍ଷୟ ଆଡକୁ ଗତି କରୁଛି, ରାତି ୧୨ ତା କଣ ଏବେ ଦିନ ଦିପହରରେ ବି ଜଣେ ସୁରକ୍ଷିତ ଭାବେ ଯାଇପାରୁନି ଏମିତି କି ଜଣେ ଶିଶୁ ବା ଯୁବତୀ ନିଜ ଘରେ ମଧ୍ୟ ସୁରକ୍ଷିତ ନୁହେଁ ଏମିତି କି ଜଣେ ଭାଇ ଠାରୁ ଭଉଣୀ ଆଉ ବାପା ଠାରୁ ଝିଅ କେହିବି ଯୌନ ପିପାସୁ ରାକ୍ଷସ ଠାରୁ ବାଦପଡ଼ୁନାହାନ୍ତି , ସମାଜରେ ଦିନକୁ ଦିନ ଶିଶୁଙ୍କ ଉପରେ ବଢି ଚାଲିଥିବା ଯୌନ ନିର୍ଯାତନା କୁ ରୋକିବା ନିମନ୍ତେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୟୁନିସେଫ ଓ ଓଡିଶା ପୋଲିସ ର ମିଳିତ ସହଯୋଗ ରେ ଗତ ମେ ମାସ ୨୮ ତାରିଖ ରୁ ଆରମ୍ଭ ହୋଇଥିବା ପରୀରଥ ଜୁନ ୧୨ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଅଂଚଳ କୁ ବୁଲି ବୁଲି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବାହାରିଥିବା ପରିରଥ ଶନିବାର କଟକ ଜିଲ୍ଲାର ନରସିଂହପୁର ରେ ପହଂଚିଛି |

ଏନେଇ ପଞ୍ଚମୁଖୀ ଛକ ଠାରେ ପରିରଥକୁ ନରସିଂହପୁର ପୋଲିସ ପାଖରୁ ଭବ୍ୟ ସ୍ୱାଗତ ସମ୍ବର୍ଧନା ଦେଇ ନରସିଂହପୁର କ୍ଲବ ଛକ ଭଜନ ମଣ୍ଡପ ପର୍ଯ୍ୟନ୍ତ ଅଣାଯାଇଥିଲା | ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା , ଏହାକୁ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥିଟି ଭାବେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ନରସିଂହପୁର ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତିଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଭାବେ ନରସିଂହପୁର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ କୁଳମଣି ବାରିକ, ସମ୍ମାନିତ ଅତିଥି ଭାବେ କିଶୋର ଚନ୍ଦ୍ର ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ନିର୍ମଳ କୁମାର ଜେନା, ସରପଞ୍ଚ ପ୍ରଭାକର ମିଶ୍ର, ବୀଣାପାଣି ବେହେରା ପ୍ରମୁଖ ଯୋଗ ଦେଇ ବର୍ତ୍ତମାନ ସମାଜରେ ଶିଶୁ ଯୌନ ନିର୍ଯାତନା ଏକ ବଡ଼ ସମସ୍ୟା ସୃଷ୍ଟି କରିବା ସହ ଚାରିଆଡେ କାୟା ବିସ୍ତାର କରି ଚାଲିଛି,ଶିଶୁ ନିର୍ଯାତନା ରୋକିବା ନିମନ୍ତେ ସରକାର ୨୦୧୨ ମସିହା ନିର୍ଭୟ ଘଟଣା ପରେ ସରକାର ଆଇନ ପ୍ରଣୟନ କଲେ ମାତ୍ର ତାହା କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି, କେବଳ ଆଇନ କରିଦେଲେ ଏହି ଘଟଣା କମିବନି ଏଥିପାଇଁ ଆମେ ସମସ୍ତେ ବିଶେଷ କରି ଅଭିଭାବକ ମାନେ ଏଥିପାଇଁ ସଚେତନ ହେଲେ ଶିଶୁ ଯୌନ ନିର୍ଯାତନା କମିବା ବୋଲି ମତ ପ୍ରକାଶ ପାଇଥିଲା |

Comments are closed.