Related Contents

ମାହାଙ୍ଗା ଠାରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଠଗଡ଼ (ସନ୍ତୋଷ ବାରିକ): କଟକ ଜିଲ୍ଲା ମାହାଙ୍ଗା ଜେ ଏନ କଲେଜ ଖେଳ ପଡିଆ ଠାରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ମାହାଙ୍ଗା ବ୍ଲକର ୩୭ଗୋଟି ଗ୍ରାମ ପଞ୍ଚାୟତ ପାଇଁ ୨୮୮ ଟି ପ୍ରକଳ୍ପ ପାଇଁ ୭କୋଟି ୪୦ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ | ଏ ନେଇ ମୁଖ୍ୟମନ୍ତ୍ରୀ ସିଧାସଳଖ ସଚିବାଳୟରେ ବସି ଭିଡିଓ କନଫରେନସିଂ ଜରିଆରେ ଅନଲାଇନ ରେ ପ୍ରକଳ୍ପ ଗୁଡିକୁ ଅନୁମୋଦନ କରିଥିଲେ | ଏନେଇ ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ | କାର୍ଯ୍ୟକ୍ରମ ରେ କଟକ ଜିଲ୍ଲାପାଳ, ଗ୍ରାମଞ୍ଚଳ ଆରକ୍ଷୀ ଅଧିକ୍ଷକ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ | ୩୭ଗୋଟି ପଞ୍ଚାୟତ ରୁ ହଜାର ହଜାର ମହିଳା ଓ ପୁରୁଷମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ |

Comments are closed.