Related Contents

ତାଲପାଲି ଶାଶୁଙ୍କୁ ବୋହୂର ମାଡମରା ଘଟଣା – ଅଭିଯୁକ୍ତ ଗିରଫ, ଅସୁସ୍ଥ ପାଇଁ ଡାକ୍ତରଖାନାରେ ଭର୍ତ୍ତି

ତାଲପାଲି (ରିଙ୍କୁ ସାହୁ): ଗତକାଲି ସୋସିଆଲ ମିଡିଆରେ ଭାଇରଲ ହୋଇଥିବା ତାଲପାଲି ଘଟଣାକୁ ଆମ ଗାଇସିଲେଟ ରିପୋର୍ଟର ଗୁରୁତର ସହ ନେଇଥିଲେ ଓ ଆମ ୱେବ ମିଡ଼ିଆରେ ସେହି ଘଟଣା କୁ ବୋହୁ ପାଇଁ ଶାଶୁ ଅଲୋଡ଼ା-ଘୋଷାଡ଼ି ଘୋଷାଡ଼ି ମାଡ ମାରେ ବୋହୁ ର ନ୍ୟୁଜ ହେବାପରେ ପୋଲିସ ଅଭିଯୁକ୍ତ ବୋହୁ କୁ ଗିରଫ କରିଥିଲା | ଗିରଫ ହେବା ପରେ ସେ ସ୍ତ୍ରୀ ର ଦେହ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ଗାଇସିଲେଟ ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସା ପରେ ପଦ୍ମପୁର ଚିକିତ୍ସାଳୟ କୁ ପଠାଇଛି ସ୍ଥାନୀୟ ପୋଲିସ |

ସୂଚନା ଯୋଗ୍ୟ ଯେ ଗତକାଲି ଦାଣ୍ଡ ମଝିରେ ୭୫ ବର୍ଷୀୟ ବୃଦ୍ଧାଙ୍କୁ ତାର ବୋହୁ ଘୋଷାଡ଼ି ନେବା ସହ ମାଡ ମାରିବା ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିଲା ଭାଇରଲ ହେବା ପରେ ବହୁତ ଚର୍ଚ୍ଚା ମଧ୍ୟ ହୋଇଥିଲା ସୋସିଆଲ ମିଡିଆରେ | ବୃଦ୍ଧା ମହିଳାଙ୍କ ନିଜ ବୋହୂ ଏପରି ଅଭାବନୀୟ କାଣ୍ଡ ଘଟାଇଥିବା ଜଣାପଡିଥିଲା | ହେଲେ ଏହି ଦୃଶ୍ୟ ଦେଖୁଥିବା ଛୋଟ ପିଲାଙ୍କ ଠାରୁ ବଡ଼ ପର୍ଯ୍ୟନ୍ତ କେହି ବି ବିରୋଧ କରୁ ନ ଥିଲେ । ଏନେଇ ବୃଦ୍ଧା ଜଣଙ୍କ ଗାଇସିଲଟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ବୋହୂକୁ ଗିରଫ କରିଥିଲା । ଅଭିଯୁକ୍ତ ବୋହୂଙ୍କ ନାଁ ବାଳମତି ସାହୁ। ତାଙ୍କୁ ଆଜି କୋର୍ଟ ଚାଲାଣ କରାଯିବ।

Comments are closed.