Related Contents

ମରୁଡ଼ିର କ୍ଷତି ପୁରାଣ ଦାବିରେ ବିଜେପିର ଜିଲ୍ଲାପାଳଙ୍କ ସହ ଆଲୋଚନା

ବରଗଡ଼ (ସୂର୍ଯ୍ୟ କୁମାର ମିଶ୍ର ): ଗତ ୨୦୧୭-୧୮ ଖରିପ ଫସଲ ରେ ଚାଷୀ ନିଜ ଜମିକୁ ପ୍ରଧାନ ମନ୍ତ୍ରୀ କୃଷି ବୀମା ଯୋଜନା ରେ ମୋଟ ୮୮୨୦୩ ଟି ଚାଷୀ ତାଙ୍କର ୧,୨୧,୪୨୩.୪୨ ହେକ୍ଟର ଜମିକୁ ଇନ୍ସୁରାନ୍ସ କରାଇ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମରୁଡିର କ୍ଷତି ପୂରଣ ମିଳି ନାହିଁ l

ଏହାର ନିରାକରଣ ପାଇଁ ଆଜି ଭାରତୀୟ ଜନତା ପାର୍ଟି ର ବରିଷ୍ଠ ନେତା ଶ୍ରୀ ସୁବାଷ ଚୌହାନ ଓ ସମାଜସେବୀ ଇଂ ଦେବବ୍ରତ ମିଶ୍ର ଙ୍କ ସମେତ ଏସଡିସିସି ￰ବ୍ୟାଙ୍କ ର ଡିଜିଏମ ଶ୍ରୀ ରମେଶ ଚନ୍ଦ୍ର ଆଚାର୍ଯ୍ୟ , ନାସନାଲ ଇନ୍ସୁରେନ୍ସ କମ୍ପାନୀ ର ଏବିଏମ ଶ୍ରୀମତୀ ପଙ୍କଜିନୀ ରୋହିଦାସ , ବରଗଡ଼ ଜିଲ୍ଲା ଏଡିଏମ ଶ୍ରୀ ତପିରାମ ମାଝୀ , ବରଗଡ଼ ଜିଲ୍ଲାପାଳ ଶ୍ରୀ ଇନ୍ଦ୍ରମଣି ତ୍ରୀପାଠୀ ଙ୍କ ସହ ଆଲୋଚନା କରାଯାଇ ଥିଲା I ୨୦ ଜୁନ ଶୁଦ୍ଧI ଚାଷୀ ନିଜ ପ୍ରାପ୍ୟ ପାଇଯିବେ ବୋଲି ପ୍ରତିଶୁତି ମିଳିଥିଲା l

Comments are closed.