ବୌଦ୍ଧ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ବୈଠକ

0
168

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୧୨/୧୦) : ବୌଦ୍ଧ ଜିଲ୍ଲା କରଡି ବାବା ଚମ୍ପେଶ୍ୱର ଶୈବ ପୀଠରେ ବୌଦ୍ଧ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ଏକ ବୈଠକ ବିଶିଷ୍ଟ ପାଲା ଗାୟକ ବାଞ୍ଛାନିଧି ନାୟକଙ୍କ ସଭାପତିତ୍ୱରେ ସୋମବାର ଦୀନ ଅନୁଷ୍ଠିତ ହୋଇଯାଇଛି ।

ଦୀର୍ଘ ଦେଢ଼ ବର୍ଷହେଲା କରୋନା କଟକଣା ଯୋଗୁଁ ମଞ୍ଚ କଳାକାର,ନାଟକ ପରିବେଷଣ ହୋଇପାରୁ ନ ଥିବାରୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ଗ୍ରାମରେ ଥିବା କଳାକାର ତଥା ନାଟ୍ୟ ନିର୍ଦ୍ଦେଶକଙ୍କ ପରିବାର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେଉଥିବା ବେଳେ ନାଟ୍ୟ ନିର୍ଦ୍ଦେଶକ ଓ କଳାକାର ମାନଙ୍କୁ କିଛି ଆର୍ଥିକ ସହାୟତା ଘୋଷଣା କରିନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ବୌଦ୍ଧ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକଙ୍କୁ ସହାୟତା ଯୋଗାଇଦେବାକୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ବୈଠକରେ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସଭାପତି ଭାବେ ବସନ୍ତ ବୋଷ ଓ ସଂପାଦକ ଭାବେ ଜୟକୃଷ୍ଣ ବାରିକଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଗଲା ।ଶେଷରେ(ଜହ୍ନlପଙ୍କ) କରଡି ଗଉନ୍ତିଆ ସୁଶାନ୍ତ ସାହୁ ଧନ୍ୟବାଦ ଦେଇଥିଲେ । ବୈଠକରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଂଚଳର ବହୁ କଳାକାର ଉପସ୍ଥିତ ଥିଲେ ।