Related Contents

ଗୁଣୁପୁର ସବ ଡିଭିଜନରେ ନାରୀ ନିର୍ଯାତନା ସଚେତନତା ବାର୍ତ୍ତା ନେଇ ପରୀ ରଥ ପ୍ରବେଶ

ଗୁଣୁପୁର (ପ୍ରଦୀପ ପାତ୍ର): ରାୟଗଡା ଜିଲ୍ଲା ଗୁଣୁପୁର ପୋଲିସ ତରଫରୁ ଶିଶୁ ଯୌନ ନିର୍ଯାତନା ବିରୋଧରେ ସଚେତନତାରେ ରାଜ୍ୟ ସରକାର ଦ୍ୱାରା ଆରମ୍ଭ ହୋଇଥିବା ପରୀ ପାଇଁ କଥା ଟିଏ କାର୍ଯ୍ୟକ୍ରମ ଏନଏସି ଟାଉନ ହଲରେ ଅନୁଷ୍ଠିତ ହୋଇଛି |

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ତ୍ରିନାଥ ଗମାଙ୍ଗ, ସମାଜସେବୀ ଶ୍ରୀମତୀ ଶାନ୍ତି ଦେବୀ, ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପି.ଆର.ରାହୁଲ, ଗୁଣୁପୁର ଉପଜିଲ୍ଲାପାଳ ଶ୍ରୀ ଅମୃତ ଋତୁରାଜ, ଗୁଣୁପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଅଶ୍ୱିନୀ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ |ସମସ୍ତେ ନାରୀ ନିର୍ଯାତନା ବିରୋଧରେ ମନ୍ତବ୍ୟ ଦେଇଥିଲେ ଓ ନାରୀର ମର୍ଯ୍ୟାଦା ଓ ଶିକ୍ଷା ଆବଶ୍ୟକ ବୋଲି କହିଥିଲେ | ଏହି କାର୍ଯ୍ୟକ୍ରମରେ ଛୋଟ ଶିଶୁ କଳାକାର ମାନେ ନୃତ୍ୟ ପରିବେଷଣ ଓ ନାଟକ ପରିବେଷଣ କରି ନାରୀ ନିର୍ଯାତନା ବିରୋଧରେ ସଚେତନ କରାଇଥିଲେ |

Comments are closed.