Related Contents

ମହିଳା ସୁରକ୍ଷା ଯାତ୍ରା: ରୂପା ଗାଙ୍ଗୁଲି ଆସିଛନ୍ତି;୬ରେ ଆସିବେ ରାଷ୍ଟ୍ରୀୟ ସଭାନେତ୍ରୀ

ଭୁବନେଶ୍ୱର(ଦେବଦତ୍ତ ରଥ):ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଚାଲିଥିବା ମହିଳା ସୁରକ୍ଷା ଯାତ୍ରାରେ ଯୋଗଦେବା ପାଇଁ ଆସନ୍ତା ୬ ତାରିଖରେ ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ ବିଜୟା ରହାତକର ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି।

୬ ତାରିଖରେ ସୁରକ୍ଷା ଯାତ୍ରାର ସମାପନ ଦିବସରେ ଯୋଗ ଦେଇ ମାହଙ୍ଗା,ବଡ଼ମ୍ବା ଏବଂ ସାଲେପୁର ଆଦି ଅଞ୍ଚଳରେ ମହିଳା ସମାବେଶରେ ସେ ଉଦବୋଧନ ଦେବେ ବୋଲି ଜଣାପଡ଼ିଛି।ସେହିପରି ସାଂସଦ ତଥା ଅଭିନେତ୍ରୀ ରୂପା ଗାଙ୍ଗୁଲି ମଧ୍ୟ ମହିଳା ସୁରକ୍ଷା ଯାତ୍ରାରେ ଯୋଗ ଦେବା ପାଇଁ ରବିବାର ଭୁବନେଶ୍ୱର ଆସିଛନ୍ତି। ଚିଲିକା/ ବାଣପୁରଠାରେ ଆୟୋଜିତ ସମାବେଶରେ ସେ କ୍ୟାଣ୍ଡେଲ ଶୋଭାଯାତ୍ରାରେ ଯୋଗଦେବା ସହ ବାଣପୁର ସ୍ଥିତ ଭଗବତୀ ମନ୍ଦିର ଦର୍ଶନ କରିବେ ବୋଲି ଜଣାପଡ଼ିଛି।

Comments are closed.