Related Contents

ଲୋଇସିଂହା ବ୍ଲକ ପରିସର ରେ ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମ

ଲୋଇସିଂହା (ବିମଳେନ୍ଦୁ ସାହୁ): ବଲାଙ୍ଗୀର ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ଲୋଇସିଂହା ବ୍ଲକ ପରିସରରେ ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ପ୍ରାରମ୍ଭରେ ସ୍ଥାନୀୟ ଅଗ୍ରସେନ ଭବନ ଠାରୁ ପରୀ ଏକ୍ସପ୍ରେସକୁ ଏକ ଶୋଭାଯାତ୍ରାରେ ଅଣାଯାଇଥିଲା । ଲୋଇସିଂହା ଥାନା ଆଇଆଇସି ଏଲ ଏଲ ବାର୍ଳାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ସମ୍ମାନିତ ଅତିଥି ଭାବେ ଡି ଏସପି ପୁରୁଷୋତ୍ତମ ସେଠି, ସିଡିପିଓ ପ୍ରଜ୍ଞାରାଣୀ ବାରିକ, ବିଡ଼ିଓ ରାମଚନ୍ଦ୍ର ଖାଦିଆ, ଜିଲା ପରିଷଦ ଅଧ୍ୟକ୍ଷା ଭାରତୀ ମହନନ୍ଦ, ବ୍ଲକ ଅଧ୍ୟକ୍ଷା କାନ୍ତି ସେଟ, ବିଧାୟକ ପ୍ରତିନିଧି ପ୍ରଦୀପ ସାହୁ,ଆଇନଜୀବୀ ଦିଲୀପ ବେହେରା, ଜିଲା ପରିଷଦ ସଭ୍ୟ ସାଇ ଶଙ୍କର ସାହୁ, ସମାଜସେବୀ ଲଲମାନ ନାଗ, ଜୟନ୍ତୀ ପଟେଲ, ସରୋଜ ବିଶ୍ଵାଳ, ମଂଜୁବାଲା ମେହେର, ଡ଼ା ସନ୍ତୋଷ ସେଠି ପ୍ରମୁଖ ମଂଚସିନ ରହିବା ସହିତ ଶିଶୁ ଯୌନ ନିର୍ଯ୍ୟାତନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।ଏହି ଅବସରରେ ଶିଶୁ ଯୌନ ନିର୍ଯାତନାକୁ ରୋକିବା ପାଇଁ ସାମୁହିକ ଶପଥ ପାଠ କରାଯାଇଥିଲା । ପରେ ପରେ ଏ ନେଇ ଏକ ସଚେତନତା ମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Comments are closed.