Related Contents

ଡୁଙ୍ଗୁରିପାଲି ରେ ବିଜେପି ପକ୍ଷରୁ ମହିଳା ସୁରକ୍ଷା ଯାତ୍ରା

ଡୁଙ୍ଗୁରିପାଲି(ରତ୍ନାକର ସେଠ): ଓଡ଼ିଶାରେ ମହିଳା ମାନଙ୍କ ପ୍ରତି ଦିନକୁ ଦିନ ଅତ୍ୟାଚାର, ଦୁଷ୍କର୍ମ ବଢ଼ିବାରେ ଲାଗିଛି | ଏହାର ପ୍ରତିବାଦ ରେ ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା ସ୍ଥାନୀୟ ଆରଏମସି ଛକରୁ ଡୁଙ୍ଗୁରିପାଲି ସହର ପରିକ୍ରମା କରିଥିଲେ |

ପରେ ଡାକ୍ତରଖାନା ଶମ୍ବୁଖରେ ଏକ ପ୍ରତିବାଦ ସଭା କରିଥିଲେ | ଏହି ସଭା ଡୁଙ୍ଗୁରିପାଲି ସରପଞ୍ଚ ସୁଦେସ୍ନା ବିଶ୍ୱାଳ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମକୁ ଗାୟତ୍ରୀ ପାଣିଗ୍ରାହୀ ପରିଚାଳନା କରିଥିଲେ | ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବଲାଙ୍ଗୀର ସାଂସଦ ଶ୍ରୀମତୀ ସଂଗୀତ ସିଂହଦେଓ ଯୋଗ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟା ପୁର୍ଣିମା ବାରିକ, ରୀନା ମେହେରଙ୍କ ସମେତ ଶତାଧିକ ମହିଳା ସାମିଲ ଥିଲେ | ଶେଷରେ ଗୀତାଞ୍ଜଳି ରଥ ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.