Related Contents

ବରଗଡ ଜିଲ୍ଲା ଗଇସମା ରେ ପୁଣି ଚାଷୀ ଆତ୍ମହତ୍ୟା 

ବରଗଡ (ଚିତ୍ତରଞ୍ଜନ ସାହୁ ):  ବରଗଡ଼ ଜିଲା ବରପାଲି ବ୍ଲକ୍‌ ଅନ୍ତର୍ଗତ ଜୁଲଟ ଗ୍ରାମରେ ଚାଷୀ ଆତ୍ମହତ୍ୟା ଘଟଣାକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଶନିବାର ବରଗଡ଼ ବ୍ଲକ୍‌ ଅନ୍ତର୍ଗତ ଗାଇସିମା ଗ୍ରାମରେ ପୁଣି ଏକ ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି ।

ଆତ୍ମହତ୍ୟା କରିଥିବା ଚାଷୀ ଜଣଙ୍କ ହେଲେ ଏହି ଗ୍ରାମର ଧନପତି ବିଶ୍ୱାଳ(୭୦)। କାଳବୈଶାଖୀରେ ଫସଲ ହାନୀ ଯୋଗୁ ସେ ଚାଷ କରିଥିବା ୫ଏକର ଜମିର ଧାନ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯିବାରୁ ବାପା ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପୁଅ ରଜେନ୍ଦ୍ର ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ସେ ଗତ ୩୧ ତାରିଖରେ ଘରେ କୀଟନାଶକ ପିଇ ଦେଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବରଗଡ଼ ସଦର ଡାକ୍ତରଖାନାକୁ ଅଣାଯାଇଥିଲା ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ସେଠାରେ ତାଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି।

Comments are closed.