ରାତିରେ ଶୋଇଥିବା ବେଳେ ଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ନାବାଳିକା ଝିଅ ଗୁରୁତର

ବରଗଡ଼(ହରିଶ ଭୋଇ ): ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଖଇରପlଲି ଗାଁରେ ଗତ ରାତିରେ ଶୋଇଥିବା ବେଳେ ଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି ଏବଂ ତାଙ୍କର ନାବାଳିକା ଝିଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମୃତ ଶିକ୍ଷକ ଜଣକ ହେଲେ ସାଧୁଚରଣ ପ୍ରଧାନ।  ତେବେ କେଉଁ ପରିସ୍ଥିତିରେ ବାପ, ଝିଅଙ୍କୁ ଆକ୍ରମଣ ହୋଇଛି ଏବଂ କିଏ ଏଭଳି କାଣ୍ଡ ଘଟାଇଛି ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ  ପୋଲିସ୍‌ ଜଣଙ୍କୁ ଅଟକ ରଖି ପଚରାଉଚରା କରି ଘଟଣାର ତଦନ୍ତ କରୁଛି। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ସରଣ୍ଡା ଗ୍ରାମର ସାଧୁଚରଣ ଆମ୍ବଭୋନା ବ୍ଲକ ଖଇରପlଲି ସ୍କୁଲରେ ଶିକ୍ଷକ ତଥା ସିଆରସି ଭାବେ କାର୍ଯ୍ୟ କରୁଥିଲେ। ସେ ସେହି ଗାଁରେ ନିଜର ଝିଅ ସହ ରହୁଥିଲେ। ଗତକାଲି ରାତିରେ ଘରେ ବାପାଝିଅ ଶୋଇଥିବା ବେଳେ କେହି ସେମାନଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ସାଧୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ତାଙ୍କ ଝିଅକୁ ଆଜି ସକାଳେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବରଗଡ଼ ଡାକ୍ତରଖାନରେ ଭର୍ତ୍ତି କରଯା‌ଇଥିଲା। ତାଙ୍କର ସ୍ୱାସ୍ଥ୍ୟା ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Comments are closed.