Related Contents

ମା ବି ନିର୍ଦୟୀ ??? ନବଜାତ ଶିଶୁର ଗଣ୍ଡି ବିହୀନ ମୃତ ଦେହ ଉଦ୍ଧାର

ଖୁଣ୍ଟୁଣୀ (ସନ୍ତୋଷ ବାରିକ): ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଖୁଣ୍ଟୁଣୀ ପଞ୍ଚାୟତ ର ରମ୍ପେଇ ମୌଜାର ଡାହୁଣୀରେ ସହି ପଛପଟ ବିଲରୁ ଗତ କଲି ଅପରାହ୍ନରେ ଖୁଣ୍ଟୁଣୀ ପୋଲିସ ଦ୍ୱାରା ଏକ ନବଜାତ ଶିଶୁର ଗଣ୍ଡି ବିହୀନ ମୃତ ଦେହ ଉଦ୍ଧାର ହୋଇଛି |

ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଶିଶୁର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆଠଗଡ଼ ଡାକ୍ତରଖାନାକୁ ପଠାଇଛି | ଏଥି ସହିତ ୩/୧୮ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି | କୌଣସି ମା ଉକ୍ତ ଶିଶୁଟିକୁ ଜନ୍ମ ଦେବାପରେ ବିଳମଧ୍ୟରେ ଫିଙ୍ଗି ଦେଇଥିବାରୁ କୁକୁର କିମ୍ବା ବିଲୁଆ ମାନେ ଶିଶୁର ଗଣ୍ଡିଭାଗ ପାଦଠାରୁ ପେଟ ପର୍ଯ୍ୟନ୍ତ କାମୁଡି ଖାଇଦେଇ ଅବଶିଷ୍ଟ ଅଂଶ କୁ ଏଠାରେ ପକାଇ ଦେଇଥିବା ଅନୁମାନ କରାଯାଉଛି | ମା ହୋଇ ଏମିତି ବି କରିପାରେ ନିଜ ଜନ୍ମ କଲା ଶିଶୁକୁ ଫିଙ୍ଗି ଦେଇପାରେ , ସେ କଣ ନିର୍ଦୟୀ ନୁହେଁ ? ସେ ପରି ମା କୁ ଆଇନ ଅନୁଯାୟୀ ଦଣ୍ଡ ଦେବା ନିହାତି ଦରକାର ବୋଲି ସାଧାରଣ ଜନତା ପ୍ରକାଶ କରୁଛନ୍ତି | ଏମିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଜନସାଧାରଣଙ୍କ ମଧ୍ୟରେ | ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି |

Comments are closed.