ଟିଟିଲାଗଡ ଅଞ୍ଚଳରେ ବ୍ୟାପକ ବେଆଇନ କାର୍ଯ୍ୟକଳାପ ଉପରେ ରୋକ ଲଗାଇବାକୁ ଦାବୀ 

0
246

ରିପୋର୍ଟ : ସୁନୀଲ ଆଚାର୍ଯ୍ୟ
ବଲାଙ୍ଗୀର,ଟିଟିଲାଗଡ, ତା(୧୫/୦୭) : ଦିନକୁ ଦିନ ଟିଟିଲାଗଡ ଅଞ୍ଚଳରେ ବ୍ୟାପକ ବେଆଇନ କାରବାର ବୃଦ୍ଧି ପାଇବାରେ ଲାଗିଛି । ସହରରେ ଦେଶୀ,ବିଦେଶୀ ମଦ ବିକ୍ରି,ବିଭିନ୍ନ ସ୍ଥାନରେ ଜୁଆଖେଳ, ସଟାଖେଳ, ଦେହ ବ୍ୟବସାୟ,ଚୋରୀ, ରାହା ଜାନୀ,ଡକାୟତି ସହ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି ।

ଟିଟିଲାଗଡ ଅଞ୍ଚଳରେ ବ୍ୟାପକ ବେଆଇନ କାର୍ଯ୍ୟକଳାପ | ବିଶେଷ କରି ଦେଶୀ,ବିଦେଶୀ ମଦ ବିକ୍ରି ଓ ମାତ୍ରା ଧିକ ଭାବେ ଦେଶୀ ମଦ ଘରେ,ଘରେ କୁଟୀର ଶିଳ୍ପ ପରି ବିକ୍ରି କରି ଦୋକାନୀ ବେଶ ଲାଭବାନ ହେଉଥିବା ବେଳେ ଜରି ପ୍ୟାକେଟ ରେ ବତକ ଓ ମାଛ ଚିହ୍ନ ଥିବା ମଦ ରେ ଅଧିକ ଲାଭ ପାଇଥାନ୍ତି । ମାଛ ଚିହ୍ନ ଥିବା ମଦ ପ୍ୟାକେଟ ୩୦ ଟଙ୍କାରେ ବେଆଇନ ଭାବେ କୁଚିଆ ଦୋକାନୀ ଆଣି ୬୦ ଟଙ୍କା ରେ ବିକ୍ରି କରିଥାନ୍ତି । ସେହିପରି ବତକ ଚିହ୍ନ ଥିବା ମଦ ପ୍ୟାକେଟ ୨୦ ଟଙ୍କାରେ ଭାଟି ରୁ ଆଣି ୪୦ ଟଙ୍କା ରେ ବିକ୍ରି କରିଥାନ୍ତି ।

ଏହି ପ୍ୟାକେଟ ମଦ କୁ ଅଧିକ ନିଶା ଯୁକ୍ତ କରିବା ପାଇଁ ୟୁରିଆ ସାର ମିସା ଯାଉଥିବା ଅଭିଯୋଗ ବାରମ୍ବାର ହୋଇ ଆସୁଛି । ଲୋକେ ପିଇ ଅଭ୍ୟସ୍ତ ହୋଇଯାଉ ଥିବା ବେଳେ ମଦ ପିଇ କିଛି ନ ଖାଇବା ଓ ଦୁଇ ତିନି ମାସ କ୍ରମାଗତ ପାଇ ଗୁରୁତର ଅସୁସ୍ଥ ହୋଇଯିବା ନିୟମିତ ଦେଖାଯାଉଛି । ଏପରି ଅନେକ ମୃତ୍ୟୁ ର ଶିକାର ହୋଇଚାଲିଛନ୍ତି ।

ଏହି ମଦ କାରବାର ତଥା ଜୁଆ ଖେଳ ଓ ଏକ ଟଙ୍କା ରେ ୮୦ ଟଙ୍କା ପାଇବା ଲୋଭରେ ସ୍କୁଲ, କଲେଜ ଛାତ୍ର, ଛାତ୍ରୀ ଙ୍କ ଠୁ ନେଇ ସବୁ ବର୍ଗର ଲୋକେ ଖେଳ ରେ ଅବ୍ୟସ୍ତ ରହିବା ଦେଖାଯାଉଛି । ଖୋଲା,ଖୋଲି ଭାବେ ଏହି ସବୁ କାରବାର  ଚାଲିବା ସହ ଅନୁରୂପ ଭାବେ ସହର ଓ ଆଖ,ପାଖ ଅଞ୍ଚଳରେ ଏହି ବେଆଇନ କାରବାର ଯୋଗୁଁ ସାଧାରଣ ଜନ, ଜୀଵନ ଅସ୍ତବ୍ୟସ୍ତ ହୋଇପଡୁଥିବା ବୁଦ୍ଧି ଜୀବୀ ମହଲ ରେ ଅସନ୍ତୋଷ ଦେଖା ଦେଇଛି ।

ଏ ନେଇ ବିଭାଗୀୟ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ ନ କରିବା ପେଟ୍ରୋଲିଂ ନ ହେବା ଯୋଗୁଁ ଏହି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ଟିଟିଲାଗଡ ସହର ର ହାଟପଦା ପଡା,ସିରଭଟା ପଡା,ବ୍ଲକପଡା, ଝାଙ୍କର ପଡା,ଦେଉବନ୍ଦପଡା,ସର୍ଗିଗୁଡା, ମଦ ଭାଟିପଡା,ହାଇସ୍କୁଲ ପଡା,ମାଲଗୋଦାମ ପଡା ପରି ଅନେକ ସ୍ଥାନରେ ଖୋଲା,ଖୋଲି ଦେଶୀ ମଦ ବେଆଇନ ଭାବେ ଭାଟି ରୁ ଆଣି ଘରେ,ଘରେ କୁଟୀର ଶିଳ୍ପ ପରି ବିକ୍ରି ଚାଲୁଥିବା ଓ ଅଧିକ ଲାଭ ଯୋଗୁଁ ବିକ୍ରି କରି ବେଶ ଲାଭବାନ ହେଉଥିବା ବେଳେ ପିଇବା ଲୋକ ର ଅକାଳ ମୃତ୍ୟୁ ଘଟୁଛି ।

ଜୁଆଖେଳ ସହ ଅନୁରୂପ ଭାବେ ସଟା ଏଜେଣ୍ଟ ଓ ଗଦିଦାର ବେଧଡ଼କ ଏହି ଖେଳ ରେ ଅର୍ଥ ରୋଜଗାର କରି ଆସୁଛନ୍ତି । ଏହି ସଟା ମହିଳା ଓ ଛାତ୍ର, ମନ୍ଧ୍ୟ ଖେଳିବା ରେ ଅବ୍ୟସ୍ତ ଅଛନ୍ତି । ଫଳରେ ସହର ରେ ନାନା ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ଯୋଗୁଁ ରାସ୍ତା ରେ ମହିଳା ଓ ସାଧାରଣ ଚାଲିବା ସୁରକ୍ଷିତ ମନେ କରୁନାହାନ୍ତି ।

ବିଗତ ଦିନରେ କିଛି ଅସାମାଜିକ ଯୁବକ ନିଜକୁ ପୋଲିସ ବୋଲି ପରିଚୟ ଦେଇ ଲୁଟ,ତରାଜ,ଠକେଇ କରି ଆସୁଥିବା ବେଳେ ଏ ନେଇ ଟିଟିଲାଗଡ ଥାନା ରେ କେତୋଟି ମାମଲା ରୁଜ୍ଜୁ ହୋଇଥିବା ସତ୍ତ୍ୱେ ପୋଲିସ ଆଜି ସୁଦ୍ଧା ଗିରଫ କରି ପାରିନାହିଁ ।

ପ୍ରକାଶ ଯେ ସହର ରେ ମାତ୍ରାଧିକ ଭାବେ ଏହି ବେଆଇନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ନେଇ ତୁରନ୍ତ ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଥିବା ରଞ୍ଜନ ବରିହା ତଥା ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲ ରୁ ଦାବୀ ହେଉଛି ।