Related Contents

ଲୋଇସିଂହାରେ ସଶକ୍ତ ଅଭିଯାନ ରଥ କୁ ଭବ୍ୟ ସ୍ୱାଗତ

ଲୋଇସିଂହା (ସରୋଜ ବିଶ୍ୱାଳ): ଗତକାଲି ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଲୋଇସିଂହା ବିଡ଼ିଓ ଙ୍କ ଦ୍ୱାରା ଭିନ୍ନକ୍ଷମମାନଙ୍କ ଅଧିକାର ବିଷୟରେ ପୁରୀରୁ ବାହାରି ଥିବା ସଶକ୍ତ ଅଭିଯାନ ରଥକୁ ଭବ୍ୟ ସ୍ୱାଗତ କରାଯାଇ ଥିଲା |

ଶହ ଶହ ଏସଏଜଜି ମହିଳା, ଅଙ୍ଗନବାଡି କର୍ମୀ, ସୁରସଂଗମର ସଭ୍ୟ ଓ ଲୋଇସିଂହା ବାସୀ ଲୋକବାଦ୍ୟ ଓ ଲୋକନୃତ୍ୟର ବାଜା ର ତାଳେ ତାଳେ କଲ୍ୟାଣ ମଣ୍ଡପରୁ ଦୁର୍ଗା ମଣ୍ଡପକୁ ପାଛୋଟି ନେଇ ଥିଲେ | ଦୁର୍ଗା ମଣ୍ଡପ ଠାରେ ଏକ ସଭା ସହ ଭିନ୍ନ କ୍ଷମ ମାନଙ୍କ ଅଧିକାର ବିଷୟରେ ପଥପ୍ରାନ୍ତ ନାଟକ ହେଇଥିଲା | ଲୋକବାଦ୍ୟର ତାଳେ ତାଳେ ରଥରେ ଆସି ଥିବା ପ୍ରାୟ ୩୦ଜଣ ଭିନ୍ନକ୍ଷମ ଭାଇ ଓ ଭଉଣୀ ମାନେ ଭର ପୁର ମଜା ନେଇଥିଲେ | ପରେ ସ୍ଥାନୀୟ ଅଗ୍ରସେନ ଭବନରେ ରାତ୍ରି ଯାପନର ବ୍ୟବସ୍ଥା କରା ଯାଇଥିଲା | ଆଜି ସକାଳୁ ପୁଣି ଭବ୍ୟ ରାଲି ମାଧ୍ୟମରେ ସଶକ୍ତ ରଥକୁ ବଲାଙ୍ଗୀର ଅଭିମୁଖେ ଯିବାକୁ ବିଦାୟ ଦିଆଯାଇଥିଲା |

Comments are closed.