ନବରଙ୍ଗପୁର ଜିଲ୍ଲା ବନ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ୬୭ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

0
183

ରିପୋର୍ଟ : ଏ.ସତୀଶ //
ନବରଙ୍ଗପୁର,(୦୮/୧୦) : ନବରଙ୍ଗପୁର ଜିଲ୍ଲା ବନ ବିଭାଗ ପକ୍ଷରୁ ୬୭ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି l ସ୍ଥାନୀୟ ଚରକ ବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ବନ ଅଧିକାରୀ ମଗର ଧନଜୀ ରାଓସେ ଯୋଗ ଦେଇ ଜଙ୍ଗଲ ଓ ବନ୍ୟପ୍ରାଣୀ ସଂରକ୍ଷଣ ରଖିବା ପାଇଁ ସଂକଳ୍ପ ନେବାର ଆବଶ୍ୟକତା ରହିଛି ବୋଲି କହିଥିଲେ la114d293 1c04 4d7e a34c 5edfdff69c79 ନବରଙ୍ଗପୁର ଜିଲ୍ଲା ବନ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ୬୭ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

ନବରଙ୍ଗପୁର ଜିଲ୍ଲା ବନ ଅଧିକାରୀ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା କେବଳ ବନ ବିଭାଗ ର କର୍ମଚାରୀ ଙ୍କ ଦ୍ୱାରା ସମ୍ଭବ ନୁହେଁ l ଏହାକୁ ସୁରକ୍ଷା ରଖିବା ଦିଗରେ ବିଶେଷ କରି ବନ ସୁରକ୍ଷା ସମିତି, ପ୍ରକୃତି ବନ୍ଧୁ, ପ୍ରକୃତି ମିତ୍ର ମାନଙ୍କ ସହଯୋଗରେ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା କରାଯାଇ ପାରିବା ସହ ଅଧିକରୁ ଅଧିକ ଲୋକଙ୍କୁ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସଚେତନତା କରାଯିବା ଉପରେ ଗୁରୁତ୍ଵାରୋପ କରିଥିଲେ l

ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ଉଲ୍ଲେଖନିୟ କାର୍ଯ୍ୟ ପାଇଁ ପ୍ରଶାସନ ପକ୍ଷରୁ ଜିଲ୍ଲାର 5 ଟି ବ୍ଲକ ଯଥା ଡାବୁଗାଁ ବ୍ଲକର ଅନୁ ଭତରା , ପାପଡାହାଣ୍ଡି ବ୍ଲକର ଦଶା ଭତରା , ରାଇଘର ବ୍ଲକର ମିହିର କୁମାର ଢାଳି , କୋଷଗୁମୁଡା ବ୍ଲକର ଡମ୍ବୁରୁ ହରିଜନ , ଚନ୍ଦାହାଣ୍ଡି ବ୍ଲକର ବସନ୍ତ କୁମାର ଷଡ଼ଙ୍ଗୀଙ୍କୁ ପ୍ରକୃତି ବନ୍ଧୁ ରୂପେ ସମ୍ମାନିତ କରିବା ସହ ପ୍ରତ୍ୟେକଙ୍କୁ ଦଶ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା l

ସେହିପରି ଜିଲ୍ଲାର ୯ ଗୋଟି ବ୍ଲକର ଯଥା ନବରଙ୍ଗପୁର ଖଣ୍ଡଗୁଡା, ଡାବୁଗାଁ କୁସୁମ ବନ୍ଧ, ପାପଡାହାଣ୍ଡି ବରାଦେଇ, କୋଷଗୁମୁଡା ସିରିସିଆଗୁଡା ବନ ସୁରକ୍ଷା ସମିତି, ତେନ୍ତୁଳୀଖୁଣ୍ଟି ଯୁବକ ସଙ୍ଘ ଡ଼େଙ୍ଗାଗୁଡ଼ା, ରାଇଘର ପରିଚିପାରା ପଂଚାୟତ ହାଇସ୍କୁଲ, ଉମରକୋଟ ସରକାରୀ ପ୍ରାଇମେରୀ ସ୍କୁଲ ସିଂଘସାରୀ, ଝରୀଗାଁ ଏକ୍ସ ଡି ଏନ କେ ପି ଆର ଟି ସ୍କୁଲ ପୂର୍ଲା, ଚନ୍ଦାହାଣ୍ଡି ବନ ଦୁର୍ଗା ହାଇସ୍କୁଲ ଦେଓବନ୍ଦ ଗୁଡିକୁ ପ୍ରକୃତି ମିତ୍ର ରୂପେ ସମ୍ମାନିତ କରିବା ସହ ୨୦ ହଜାର ଲେଖାଏଁ ପ୍ରଦାନ କରାଯାଇଥିଲା l ୨୦୨୦ ମସିହାର ନବରଙ୍ଗପୁର ବନଖଣ୍ଡ ନୀଳାଞ୍ଚଳ ବିଷୋୟୀ ବନ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରୁସ୍କୃତ କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ଡି ଏଫ ଓ ମଗର ଧନଜୀ ରାଓସେ, ଏ ସି ଏଫ ଧନୁର୍ଜୟ ମହାପାତ୍ର, ନବରଙ୍ଗପୁର ରେଞ୍ଜେର ପୂର୍ଣ୍ଣ ଚନ୍ଦ୍ର ନନ୍ଦ ସମେତ ଜିଲ୍ଲାର ସମସ୍ତ ବନ ବିଭାଗ ର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ l