Related Contents

କର୍ଲାମୁଣ୍ଡା ଠାରେ ‘ପରୀ’ ରଥ କୁ ସ୍ୱାଗତ ଓ ସଚେତନ ସଭା

କର୍ଲାମୁଣ୍ଡା (ହିରୋଜ କୁମାର ସାହୁ ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା କରଲାମୁଣ୍ଡା ବ୍ଲକ ସଦର ଠାରେ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ‘ପରୀ’ ରଥ ଓ ଜନସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି |

ଏହି ଅବସରରେ କରଲାମୁଣ୍ଡା ବି.ଡ଼.ଓ କିଶୋର କୁମାର ପଣ୍ଡା, ଭାର ପ୍ରାପ୍ତ ତହସିଲଦାର ହିମାଂଶୁ ଶେଖର ପଢି,କର୍ଲାମୁଣ୍ଡା ଫାଣ୍ଡି ସବ.ଇନ୍ସ୍ପେକଟର ଅଧୀର ଚନ୍ଦ୍ର ବିଶ୍ୱାସ ,ଅଗ୍ରଣୀ ଅନୁଷ୍ଠାନ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସେରବିସ ସୋସିଆଟି ର ପ୍ରକଳ୍ପ ସଂଯୋଗ ରା଼ଥୁରମ ବାଗ, ଯୁବ ସମାଜ ସେବି ତଥା ସାମାଜିକ କର୍ମୀ ପ୍ରଦୀପ କୁମାର ସାହୁ ,ହିରୋଜ କୁମାର ସାହୁ ପ୍ରମୁଖ ‘ପରୀ’ ରଥ କୁ ଶିଶୁ ମନ୍ଦିର ଠାରୁ ସ୍ୱାଗତ ଜଣାଇବା ସହ ଶୋଭା ଯାତ୍ରାରେ କର୍ଲାମୁଣ୍ଡା ମାର୍କେଟ କଂପ୍ଲେକ୍ସ ପର୍ଯ୍ୟନ୍ତ ଆଣିଥିଲେ | ଏଥିରେ କେସିଙ୍ଗା ଏସ.ଡି.ପି.ଓ ଗୁପ୍ତେଶ୍ୱର ଭୋଇ ,ମ.ରାମପୁର ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ, ଡି.ଏସ.ପି. ଦିଲ୍ଲୀପ କୁମାର ନୈକ ଅନ୍ୟାନ୍ୟ ପୋଲିସ କର୍ମଚାରି ମାନେ ଶିଶୁ ଯୌନ ନିର୍ଯାତନା ରୋକିବା ଦିଗରେ ଜନ ସଚେତନ ସୃଷ୍ଟି କରିଥିଲେ |

Comments are closed.