ମହାନଦୀ ତଳକୁ ଖସି ଭାସିଯାଇଥିବା ପ୍ରତିମା ଙ୍କ ମିଳିଲା ସନ୍ଧାନ

0
717

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୦୭/୧୦) : ବୌଦ୍ଧ -କିଆକଟା ମହାନଦୀ ସେତୁ ଉପରେ ୪ ଦିନ ତଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ମହାନଦୀ ତଳକୁ ଖସି ପଡ଼ିଥିବା ପ୍ରତିମା ସାହୁ ଙ୍କ ଆଜି ସନ୍ଧାନ ମିଳିଛି |

୪ ଦିନ ଧରି ଅଗ୍ନିଶମ ବାହିନୀ, ଓଡ୍ରାପ ଟିମ ଓ କାଠ ଡଙ୍ଗାରେ ଖୋଜା ଖୋଜି କରି ପ୍ରଶାସନ ଓ ନିଖୋଜ ବ୍ୟକ୍ତି ଙ୍କ ପରିବାର ନ ପାଇ ନିରାଶ ହୋଇଥିବା ବେଳେ ପ୍ରତିମାଙ୍କ ସ୍ୱାମୀ ଏହି ଖୋଜା ଖୋଜି ରେ ୪ ଦିନ ଧରି ନଦୀକୂଳ ଓ ବୌଦ୍ଧ ପାନ୍ଥଶାଳା ରେ ମ୍ରିୟମାଣ ହୋଇ ରହୁଥିଲେ ,କିନ୍ତୁ ତାହାର ଆଜି ଅନ୍ତ ଘଟିଛି | ମିଳିଥିବା ସୂଚନା ଅନୁଯାଇ ମହାନଦୀ ତଳକୁ ଖସି ଭାସିଯାଇଥିବା ନିଖୋଜ ପ୍ରତିମା ଙ୍କ ମୃତ ଶରୀର ବଡମ୍ବା ଥାନା ଅନ୍ତର୍ଗତ ବାଙ୍ଗିରିଟୀଙ୍ଗା ର ନରଣ ପୁର ନଦୀ କୂଳରେ ଲାଗିଛି | ଆଜି ବୌଦ୍ଧ ର ଏକ ପୋଲିସ ଟିମ ଯାଇ ମୃତ ଶରୀର କୁ ଉଦ୍ଧାର କରିବେ ବୋଲି ଥାନା ଅଧିକାରୀ ତପସ୍ୱିନୀ କହଁର ପ୍ରକାଶ କରିଛନ୍ତି |