Related Contents

ଶିଶୁ ଯୌନ ନିର୍ଯାତନା ଓ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ – ରାଇକିଆ

ରାଇକିଆ(ଜଗଦୀଶ ଦାସ ): କନ୍ଧମାଳ ଜିଲ୍ଲା ରାଇକିଆ ରେ ଶିଶୁ ଯୌନ ନିର୍ଯାତନା ଓ ନିରାକରଣ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା |

ଏହି ସଚେତନତା କାର୍ଯ୍ୟକ୍ରମରେ ବହୁ ମହିଳା ରାଲିରେ ସହର ପରିକ୍ରମା କରିଥିଲେ ଓ ଶେଷରେ ମହୋତ୍ସବ ପଡିଆରେ ପହଂଚି ଏକ ସଚେତନତା ସଭା ଆୟୋଜନ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ପଥପ୍ରାନ୍ତ ନାଟକ , ପରି ପାଇଁ କଥା ଟିଏ ପରିବେଷଣ ହୋଇଥିଲା | ସେହି ନାଟକ ଦ୍ୱାରା ଲୋକଙ୍କୁ ବହୁ କିଛି ସମୟ ଯାଏ ସଚେତନ କରି ବୁଝାଇଥିଲେ | କାର୍ଯ୍ୟକ୍ରମ ରେ ଅତିଥି ଭାବରେ ଜି.ଉଦୟଗିରି ବିଧାୟକ ଜାକବ ପ୍ରଧାନ, ଫୁଲବାଣୀ ଡ଼ିଏସପି, ଏସଡ଼ିପିଓ ଅମରେଶ ପାଣିଗ୍ରାହୀ, ସିଡିପିଓ ମଳୟ ମିଶ୍ର,ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ରାଜମୋହନ ଦିଗlଲ, ରାଇକିଆ ବ୍ଲକ ପ୍ରତିନିଧି, ଏବଂ ସରପଞ୍ଚ ପଂଚୁ ପଧାନ, ରାଇକିଆ ସମିତିସଭ୍ୟା ମିନି ନାୟକ, ବେରେଡାକିଆ ପଂଚାୟତର ସରପଞ୍ଚ ରଶ୍ମିତା ପ୍ରଧାନ, ସମିତିସଭ୍ୟା ଗୀତାଞ୍ଜଳି ପ୍ରଧାନ,ଆଦି ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଥାନା ଅଧିକାରୀ ନରେଶ ସାହୁ ଓ ରାଇକିଆ ଥାନାର ବିଜୟ କୁମାର ସିଂ ସହ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ |

Comments are closed.