Advertisements
Sunday, July 5, 2020
Home Development ନାବାଳିକା ଯୌନ ଶୋଷଣ ବିରୁଦ୍ଧରେ ଜନ ଜାଗରଣ  "ପରୀରଥ" ଏକ୍ସପ୍ରେସ

ନାବାଳିକା ଯୌନ ଶୋଷଣ ବିରୁଦ୍ଧରେ ଜନ ଜାଗରଣ  “ପରୀରଥ” ଏକ୍ସପ୍ରେସ

ନବରଙ୍ଗପୁର :(ଏ.ସତିଷ):ନବରଙ୍ଗପୁର ଜିଲ୍ଲା ପ୍ରଶାସନ (ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ) ଓ ଜିଲ୍ଲା ପୋଲିସ ୟୁନିଟ ମିଳିତ ଉଦ୍ୟମରେ ସ୍ଥାନୀୟ ମଣ୍ଡେଇ ପଡିଆଠାରେ ନା ବାଳିକ ଯୌନ ଶୋଷଣ ବିରୁଦ୍ଧରେ ଜନ ଜାଗରଣ ପରୀରଥକୁ ନବରଙ୍ଗପୁର ଜିଲ୍ଲାପାଳ ଶ୍ରୀ ଅଜିତ କୁମାର ମିଶ୍ର, ଏସ.ପି ଶ୍ରୀ ବିବେକାନନ୍ଦ ଶର୍ମା, ନବରଙ୍ଗପୁର ବିଧାୟକ ଶ୍ରୀ ମୋନହର ରନ୍ଧାରୀ ପତକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି ପରୀ ରଥ ନବରଙ୍ଗପୁର ଜିଲ୍ଲାର ୧୪ଟି ସ୍ଥାନରେ ୭ଦିନ ଧରି  ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଓ  ଲୋକମାନଙ୍କୁ ନାଚ,ଗୀତ, ଓ ନାଟକ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯିବ ବୋଲି ଏସ.ପି ସୂଚନା ଦେଇଥିଲେ।

ଏହି ଅବସରରେ ମଣ୍ଡେଇ ପଡିଆ ଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହା ମାଧ୍ୟମରେ ଲୋକମାନଙ୍କୁ ନାବାଳିକ ଯୌନ ଶୋଷଣ ବିରୁଦ୍ଧରେ ଜନ ସଚେତନ କରାଯାଇଥିଲା। ନାବାଳିକା ମାନଙ୍କ ସହ ଯୌନ ଦୁଷ୍କର୍ମ ଦିନକୁ ଦିନ ବଢିବାରେ ଲାଗୁଚି ।ଏହି ଦୁଷ୍କର୍ମ କରୁଥିବା ପାଷଣ୍ଡ ମାନଙ୍କ ପାସବିକତାର ଶିକାର ସାଜୁଛନ୍ତି ସେହି ଅସଭ୍ୟ ମାନଙ୍କ ମଧ୍ୟରେ ୯୫%ହେଉଛନ୍ତି ନିକଟ ସମ୍ପର୍କୀୟ ଓ ପିରିବାର ସଦସ୍ୟ ବୋଲି ଏସ ଡି ପି ଓ ବିମଳ କାନ୍ତ ବ୍ରହ୍ମା କହିଥିଲେ ।ନବରଙ୍ଗପୁର ଜିଲ୍ଲାରେ ଆଗକୁ ବିଭିନ୍ନ ବିଦ୍ୟାଳୟ ରେ ମଧ୍ୟ ଏହି ସଚେତନ କାର୍ଯ୍ୟକ୍ରମ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ।  ସମାଜସେବୀ  ଓ ଅବସରପ୍ରାପ୍ତ ସି ଡି ପି ଓ ମୋନରମା ମାଝୀ ଅପରଚିତ ଲୋକଙ୍କ ଠାରୁ ନାବାଳିକା କୌଣସି ପ୍ରକାର ଖାଦ୍ୟ ପ୍ରଦାର୍ଥ ଗ୍ରହଣ କରିବାକୁ ମନା କରିବା ନିମନ୍ତେ ସଚେତନ କରାଇବା ଆବଶ୍ୟକ ବୋଲି କହିଥିଲେ।ପ୍ରଥମେ ପରୀରଥ ମଣ୍ଡେଇ ପଡିଆରୁ ବାହାରି ନବରଙ୍ଗପୁର ସାପ୍ତାହିକ ହାଟରେ ଲୋକଙ୍କୁ ସଚେତନ କରାଯାଇ    ପରେ ପରୀରଥ ସହର ପରିକ୍ରମା କରିଥିଲା।ନାବାଳିକା  ଯୌନ ନିର୍ଯାତନା ବିରୁଦ୍ଧରେ ଓଡିଶା ପୋଲିସ ଦ୍ୱାରା ରାଜ୍ୟ ବ୍ୟାପି ଅଭିଯାନ୨୮ମେ ରୁ ୧୨ଜୁନ ହେଉଥିବା ବେଳେ ନବରଙ୍ଗପୁରରେ ଏହି କାର୍ଯ୍ୟକ୍ରମ୨୮ମେ ରୁ ଜୁନ ୩ ତାରିଖ ପ୍ରଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକରେ ସଚେତନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ କୁ ଏସ ଡି ପି ଓ ଶ୍ରୀ ବିମଳ କାନ୍ତ ବ୍ରହ୍ମା ପରିଚାଳନା କରିଥିଲେ।ଏଥିରେ ଅତିରିକ୍ତ ଏସ ପି ଶ୍ରୀ ଘ।ନେଶ୍ୱର ସେଠି, ଏ ଡି ଏମ ପୋରଖିତ ସେଠୀ, ଉପଜିଲ୍ଲାପାଳ ଶ୍ରୀ କରୁଣାକର ରାଇକା ,ଜିଲ୍ଲା ଜର୍ଜ ଶ୍ରୀ ଲଷ୍ମୀଧର ପାଢ଼ୀ, ସି ଜେ ଏମ ଶ୍ରୀ ରାଜ କିଶୋର ମହାପାତ୍ର , ନବରଙ୍ଗପୁର ବି ଡି ଓ ଗୁଣନିଧି  ନାୟକ , ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ ହଳଧର ନିହାଲ , ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ ,ଡି ସି ଓ ସୁରେଶ ପଟନାୟକ , ବିଜୟ ଚୌଧରି ,ସହ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଓ ପୋଲିସ କର୍ମଚାରୀ ଯୋଗ ଦେଇଥିଲେ।
Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ମାଓବାଦୀ ଙ୍କୁ ବିରୋଧ କରି ପୋଷ୍ଟର ଲାଗିଲା ସ୍ବାଭିମାନ ଅଞ୍ଚଳରେ ।

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

Recent Comments

%d bloggers like this: