Friday, March 29, 2024

Top 5 This Week

Related Posts

ବିଜୁଳି ପାଇଁ ଲାଗିବ ପ୍ରିପେଡ୍ ସ୍ମାର୍ଟ ମିଟର : ଯେତିକି ପେମେଣ୍ଟ କରିବେ ସେତିକି ବିଜୁଳି ବ୍ୟବହାର କରିବେ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୬/୧୦) : ଏଣିକି ବିଜୁଳି ପାଇଁ ଲାଗିବ ପ୍ରିପେଡ ସ୍ମାର୍ଟ ମିଟର ଏବଂ ଗ୍ରାହକ ଚାହିଁଲେ ଲଗେଇପାରିବେ ସ୍ମାର୍ଟ ମିଟର । ସିମ କାର୍ଡ ଜରିଆରେ ଜଣେ ଯେତିକି ପେମେଣ୍ଟ କରିବ, ସେତିକି ବିଦ୍ୟୁତ୍ ବ୍ୟବହାର କରିବ ବୋଲି ନିଷ୍ପତ୍ତି ହୋଇଛି ।

ବିଜୁଳି ପାଇଁ ଲାଗିବ ପ୍ରିପେଡ୍ ସ୍ମାର୍ଟ ମିଟର | ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଶକ୍ତି ବିଭାଗର ଷ୍ଟାଣ୍ଡିଂ ହାଉସ କମିଟିର ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଟାଟା ପାୱାର ସାଉଥକୋର ସିଇଓ ଓ ଶକ୍ତି ବିଭାଗ ଅଧିକାରୀ ଉପସ୍ଥିତ ଥିଲେ । ଏଥିରେ କେତୋଟି ଦିଗ ଉପରେ ଆଲୋଚନା କରାଯାଇଛି । ଯେଉଁ ଅଞ୍ଚଳରେ ଠିକ୍ ଭାବେ ବିଦ୍ୟୁତ୍ ଯୋଗାଣ ହୋଇପାରିନି ସେଠି କେମିତି ତାହାର ଉପଯୁକ୍ତ ବ୍ୟବସ୍ଥା ହେବ ସେଥିନେଇ ଆଲୋଚନା ହୋଇଛି । ଏଣିକି ଏସ.ଏଚ.ଜି. ଦ୍ୱାରା ବିଲ ଆଦାୟ କରିବ କମ୍ପାନି । ଘରକୁ ଯାଇ ବିଲ ଆଦାୟ କରିବ ଏସ.ଏଚ.ଜି. ।

ଯେଉଁ ଘରକୁ ଲାଇନ ଦିଆଯାଇନି ତୁରନ୍ତ ଦିଆଯିବ । ପାୱାର କଟ ପୂର୍ବରୁ ଗାଁ ଗଣ୍ଡାରେ ପ୍ରଚାର ହେବା ଦରକାର । ଯେଉଁମାନେ ଆଉଟସୋର୍ସରେ କାମ କରୁଛନ୍ତି ଟେକ୍ନିକାଲ ହେଉ ବା ନନ୍ ଟେକ୍ନିକାଲ ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ମଜୁରି ଦରରେ ଅର୍ଥ ପାଇବେ । ଠିକଣା ସମୟରେ ବିଲ ଆଦାୟ ପାଇଁ,ପ୍ରତି ମାସ ଶେଷରେ ଗ୍ରାହକଙ୍କୁ ବିଲ ଦେବା ପାଇଁ କୁହାଯାଇଛି ।

Popular Articles