Related Contents

ପାଣି ସମସ୍ୟାର ସମାଧାନ ପାଇଁ ସାଂସଦ ପାଣ୍ଠିରୁ ପାଣି ଟ୍ୟାଙ୍କର ଲୋକାର୍ପଣ

ବରଗଡ଼: ଆଜି ବରଗଡ଼ ବ୍ଲକ, ବରପାଲି ଏନଏସି, ଅତାବିରା ଏନଏସି,ଭଟଲି ବ୍ଲକ ଆଦି ସ୍ଥାନରେ ସମୁଦାୟ ୧୨ଗୋଟି ପାଣି ଟ୍ୟାଙ୍କର ସାଧାରଣ ଲୋକଙ୍କ ପାଇଁ ଉଦଘାଟନ କରିଛନ୍ତି ବରଗଡ଼ ସାଂସଦ ଡ଼.ପ୍ରଭାସ କୁମାର ସିଂ |

ତାଙ୍କ ସହ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଶ୍ରୀ ଦେବେଶ ଆଚାର୍ଯ୍ୟ, ବରଗଡ଼ ମୁନସିପାଲିଟି ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ ବେହେରା, ଜିଲ୍ଲା ଯୋଜନା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଅନ୍ୟ ସାଧାରଣ ଲୋକ | ଏହା ବର୍ତ୍ତମାନ ର ଗ୍ରୀଷ୍ମ ପ୍ରବାହ କୁ ଆଖି ଆଗରେ ରଖି ସାଂସଦ ଙ୍କ ଏହି ପଦକ୍ଷେପ କୁ ଜନସାଧାରଣ ଭୁୟସୀ ପ୍ରଶଂସା କରୁଛନ୍ତି | ଆଉ ମଧ୍ୟ ସାଂସଦ ଡ଼.ସିଂ କହିଛନ୍ତି ଯେ ଯଦି ଆଉ କୌଣସି ବ୍ଲକ, ଏନଏସି କି ମୁନିସିପାଲିଟି ରେ ଏପରି ପାଣିର ଅସୁବିଧା ହୁଏ ତାହେଲେ ଆହୁରି ପାଣି ଟ୍ୟାଙ୍କର ଯୋଗାଇ ଲୋକଙ୍କ ସମସ୍ୟା ଦୂର କରାଯିବ |

Comments are closed.